ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ ଦେଇଥିଲେ। ୮୭ ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିଲା। ଇସ୍ରାଏଲ ଲେବର ପାର୍ଟିର ପୂର୍ବତନ ମୁଖ୍ୟ ତଥା ବିରୋଧୀ ଦଳ ନେତା ୬୦ ବର୍ଷୀୟ ହର୍ଜୋଗ୍ଙ୍କ ବିପକ୍ଷରେ ଶିକ୍ଷାବିତ୍ ମେରିୟମ ପେରେଜ୍ ଛିଡ଼ା ହୋଇଥିଲେ। ଏକ ପ୍ରତିଷ୍ଠିତ ଇହୁଦୀ ପରିବାରରୁ ଆସିଥିବା ହର୍ଜୋଗ୍ ୨୦୧୩ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଛିଡା ହୋଇଥିଲେ ହେଁ ପରାଜିତ ହୋଇଥିଲେ। ଆସନ୍ତା ମାସରେ ବର୍ତ୍ତମାନର ରାଷ୍ଟ୍ରପତି ରିୟୁଭେନ୍ ରିଭିଲିନ୍ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ହର୍ଜୋଗ୍ ଦେଶର ୧୧ତମ ରାଷ୍ଟ୍ରପତି ହେବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.