ନୂଆପଡ଼ା ଅଫିସ,୨୪।୫:ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ରେଙ୍ଗଟାପଡ଼ା ଗାଁର ଏକ ଆମ୍ବଗଛ ଉପରେ ଭାଲୁ ଚଢ଼ି ରହିଥିବା ଦେଖିବାକୁ ମିଳିଛି। ପାଣି କିମ୍ବା ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଶନିବାର ରାତିରେ ପଶି ଆସିଥିବା ଅନୁମାନ କରାଯାଉଛି। ରବିବାର ସକାଳୁୁ ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢ଼ିଯାଇଛି। ଭାଲୁକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ସେଠାରେ ପହଞ୍ଚତ୍ ଭାଲୁକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛିି। ଖବର ଲେଖାଯିବା ପର୍ଯ୍ୟନ୍ତ ଭାଲୁ ଉଦ୍ଧାର ହୋଇ ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖଡ଼ିଆଳ ବନଖଣ୍ଡ ଏସିଏଫ୍ ଜୟରାମ ଶବର ସଦଳବଳ ପହଞ୍ଚତ୍ ସେଠାରେ ଜଗି ରହିଛନ୍ତି। ଭାଲୁ ରାତିରେ ବୁଲି ସକାଳ ହେବାରୁ ଗଛ ଉପରକୁ ଚଢ଼ିଯାଇଛି। ସନ୍ଧ୍ୟା ହେଲେ ଗଛରୁ ତଳକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଶନିବାର ରାତିରେ ଭାଲୁ ଗାଁ ଭିତରକୁ ପଶି ଆସିଥିଲା। ସକାଳ ହେବାରୁ ଜଙ୍ଗଲକୁ ଯାଇ ନ ପାରି ଜୀବନ ବଞ୍ଚାଇବା ପାଇଁ ଏକ ଆମ୍ବଗଛ ଉପରକୁ ଚଢ଼ିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ସିନାପାଲି ବନ ବିଭାଗ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଗଛ ଉପରୁ ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ହୋହଲ୍ଲା କରିବା ଯୋଗୁ ଭାଲୁକୁ ଉଦ୍ଧାର କରାଯାଇ ପାରି ନ ଥିଲା। ବନ ବିଭାଗଠୁ ସୂଚନା ପାଇ ସିନାପାଲି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପୋଲିସ କର୍ମଚାରୀମାନେ ଲୋକଙ୍କୁ ଘରକୁ ଯିବା ପାଇଁ କହିଥିବା ବେଳେ ଅମାନିଆଙ୍କୁ ଘଉଡ଼ାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିପାରି ନ ଥିବା ବେଳେ ଭାଲୁ ଗଛ ଉପରେ ରହିଛି। ଘଟଣାସ୍ଥଳରେ ଉଭୟ ବିଭାଗ କର୍ମଚାରୀ ଜଗି ରହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.