ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ଦିଲ୍ଲୀ ଏମ୍ସ ଏବଂ ନ୍ୟାଶନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ଏନ୍ସିଡିସି) ପକ୍ଷରୁ ଅଲଗା ଅଲଗା ଭାବେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ତେବେ ଦୁଇଟି ଯାକ ଅଧ୍ୟୟନ ଏପର୍ଯ୍ୟନ୍ତ ସହକର୍ମୀମାନଙ୍କ ଦ୍ୱାରା ସମୀକ୍ଷା ହୋଇନାହିଁ। ବ୍ରିଟେନରେ ଚିହ୍ନଟ ହୋଇଥିବା ଆଲ୍ଫା ଭାରିଆଣ୍ଟ ତୁଳନାରେ ଡେଲ୍ଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଏମ୍ସ ଅଧ୍ୟୟନରୁ ଜଣାପଡ଼ିଛି।
ଏମ୍ସ-ଆଇଜିଆଇବି (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ଭାୟୋଲୋଜି) ଅଧ୍ୟୟନ ହସ୍ପିଟାଲର ୬୩ କରୋନା ରୋଗୀଙ୍କ ଉପରେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ କୋଭାକ୍ସିନ ଏବଂ ୧୦ ଜଣଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା। ୩୬ ଜଣ ଦୁଇଟି ଡୋଜ୍ ନେଇଥିଲେ। ଯେଉଁମାନେ ଗୋଟିଏ ଡୋଜ୍ ନେଇଥିଲେ ସେମାନଙ୍କଠାରେ ୭୬.୯ ପ୍ରତିଶତ ସଂକ୍ରମଣ ହୋଇଥିବାବେଳେ ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରେ ୬୦% ସଂକ୍ରମଣ ଦେଖାଯାଇଥିଲା। କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରୁଥିବା ଏନ୍ସିଡିସି-ଆଇଜିଆଇବି ଅଧ୍ୟୟନରୁ ଜଣାପଡ଼ିଛି। ଉକ୍ତ ଟିକା ନେଇଥିବା ୨୭ ରୋଗୀଙ୍କଠାରେ ଡେଲ୍ଟା ଭାରିଆଣ୍ଟ ୭୦.୩% ସଂକ୍ରମିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.