ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି କରିଛନ୍ତି। ୨୦୧୪ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ମେସେଜିଂ ଆପ ‘ସିଗନାଲ’ରେ ଆଇଏଏସ୍ ଅଫିସରଙ୍କ ଗ୍ରୁପ୍ରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏଥି ନେଇ ତାଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।
ମଧ୍ୟପ୍ରଦେଶ ଡିଜିପି ବିବେକ ଜୋହରିଙ୍କୁ ପତ୍ର ଲେଖି ସୁରକ୍ଷା ଦାବି କରିଛନ୍ତି ଯୁବ ଆଇଏଏସ୍ ଅଫିସର। ଗତ ଗୁରୁବାର ରାତି ପ୍ରାୟ ୧୨ଟାରେ ସିଗନାଲରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ଧମକ ଦେଇଥିଲେ। ପୁଅ ଜୀବନ ପ୍ରତି ଲୋଭ ଥିଲେ ୬ ମାସ ପାଇଁ ଛୁଟିରେ ଚାଲିଯାଅ। ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ତୁମେ ଓ ତୁମ ପରିବାର ବର୍ଗ ବିପଦରେ ପଡ଼ିବେ ବୋଲି ଉକ୍ତ ବ୍ୟକ୍ତି ଧମକ ଦେଇଥିବା ପତ୍ରରେ ଲୋକେଶ ଦର୍ଶାଇଛନ୍ତି। ଭୋପାଳ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
ଉଲ୍ଲେଖଯୋଗ୍ୟ, ଦୁର୍ନୀତିକୁ ସହ୍ୟ କରିପାରୁ ନ ଥିବାରୁ ମାତ୍ର ସାଢ଼େ ୪ ବର୍ଷରେ ୯ ଥର ଲୋକେଶଙ୍କୁ ବଦଳି କରାଯାଇଛି। ଏଣୁ ୩ ବର୍ଷ ପାଇଁ ତାଙ୍କ ରାଜ୍ୟ ମହାରାଷ୍ଟ୍ରକୁ ଡେପୁଟେଶନରେ ଯିବାକୁ ସେ ଆବେଦନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.