ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି ତିନିଜଣଙ୍କୁ ବନ୍ଧକ ରଖି ଆତଙ୍କରାଜ ଚଳାଇଥିଲେ। ଏହାପରେ ଏସ୍ପି ନୀତିନ କୁଶଲକରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ଅପରେଶନ୍ ବଲାଙ୍ଗୀର’। ପୋଲିସ ଟିମ୍ ୫ଘଣ୍ଟାର ଉଦ୍ୟମ ପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବନ୍ଧକ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଜଣକ
ହେଲେ ବଲାଙ୍ଗୀର ସହର ତାଲପାଲିପଡ଼ାର ବିକ୍ରମ ପଣ୍ଡା (୩୫)। ମଙ୍ଗଳବାର ସକାଳ ସାଢ଼େ ୮ଟାରେ ବଲାଙ୍ଗୀର ସହରର ଶାନ୍ତିପଡ଼ାସ୍ଥିତ ଦିବ୍ୟଲୋଚନ ହୋତାଙ୍କ ଉପର ମହଲା ଘରକୁ ଅଭିଯୁକ୍ତ ଯୁବକ ବିକ୍ରମ ପଶି ଯାଇଥିଲେ। ସେ ଏକ ଏୟାର ବ୍ୟାଗ୍ ଧରିଥିଲେ। ତୁମ ଭାଣିଜୀଙ୍କୁ ଡାକ ବୋଲି ଦିବ୍ୟଲୋଚନଙ୍କୁ କହିବା ସହ ତାଙ୍କ ବ୍ୟାଗ୍ରୁ ବନ୍ଧୁକ କାଢ଼ି ମାରିଦେବାକୁ ଧମକ ଦେଇଥିଲେ।
ଏତିକି ବେଳେ ଘର ଭିତରେ ଦିବ୍ୟଲୋଚନଙ୍କ ସ୍ତ୍ରୀ ଓ ତାଙ୍କ ନାବାଳକ ପୁଅ ଆଶୁତୋଷ ରହିଥିଲେ। ସେମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ କୌଶଳକ୍ରମେ ଅଭିଯୁକ୍ତଙ୍କୁ ଚକ୍ମା ଦେଇ ଦିବ୍ୟଲୋଚନ, ତାଙ୍କ ସ୍ତ୍ରୀ ଓ ପୁଅ ଅନ୍ୟ ଏକ ଘରକୁ ପଶିଯାଇ ଘର କବାଟ ବନ୍ଦ କରିଦେଇଥିଲେ। ବନ୍ଧୁକଧାରୀ ଯୁବକ ଜଣକ ଉକ୍ତ ଘର ବାହାରେ ଦୀର୍ଘ ସମୟ ଧରି ଅଟକି ରହି କବାଟ ଖୋଲିବାକୁ ଧମକ ଦେଉଥିଲେ। ଘର ଭିତରୁ ଦିବ୍ୟଲୋଚନ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ବିକ୍ରମ ଘର ଭିତର ପଟୁ ମୁଖ୍ୟ ପ୍ରବେଶପଥ କବାଟ ବନ୍ଦ କରିଦେଇଥିଲେ। ଏଭଳି ପରିସ୍ଥିତିରେ ଏସ୍ପି କୁଶଲକର, ଏସ୍ଡିପିଓ ତୋଫାନ୍ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ୩ ଏପିଆର ସେକ୍ସନ୍ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଉକ୍ତ ଘରକୁ ଘେରାବନ୍ଦୀ କରିଥିଲେ। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମଧ୍ୟ ସେ ମାନି ନ ଥିଲେ। ପୋଲିସ ବିକ୍ରମଙ୍କ ମା’, ଭାଇ ଓ ତାଙ୍କ ୪ ଜଣ ସାଙ୍ଗକୁ ଉକ୍ତ ଘରକୁ ନେଇ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗୁଳି କରି ନିଜକୁ ଓ ଅନ୍ୟମାନଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ। ବିକ୍ରମଙ୍କୁ ବୁଝାଶୁଝାରେ ବିଫଳ ହେବାପରେ ପୋଲିସ ଟିମ୍ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଉକ୍ତ ଉପର ମହଲା କୋଠାରୁ ବନ୍ଧକ ତିନି ସଦସ୍ୟଙ୍କୁ ଝରକା ପଟରୁ ଉଦ୍ଧାର କରିଥିଲେ। ଏହାପରେ ବିକ୍ରମଙ୍କୁ କାବୁ କରିବା ଯୋଜନା କରାଯାଇଥିଲା। ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଏସ୍ପିଙ୍କ ଉପସ୍ଥିତିରେ ଉଭୟ ପଟୁ ପୋଲିସ ଟିମ୍ ଚଢ଼ାଉ କରି ଘର ଭିତରେ ପଶି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ବିକ୍ରମ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଏସ୍ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଟାଉନ୍ ଥାନାରେ ରଖି ପଚରାଉଚରା କରାଯାଉଛି। ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ବିକ୍ରମ ଏଭଳି କାଣ୍ଡ ଭିଆଇଥିବା ଏସ୍ପି ପ୍ରକାଶ କରିଛନ୍ତି। ଅପରେଶନ୍ ବଲାଙ୍ଗୀର ସଫଳ ହୋଇଥିବାରୁ ସେ ସମସ୍ତ ପୋଲିସ ଟିମ୍କୁ ଧନ୍ୟବାଦ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.