Categories: ଖେଳ

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା ହୋଇଥିଲା। ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତି ଭାରତ ଆଉ ଏକ ବଡ ଉପଲବ୍ଧି ହାସଲ କରିଥିଲା। ଏହି ୪ ମୂହୂର୍ତ୍ତ ଭାରତୀୟ କ୍ରିକେଟର ସଫଳତାକୁ ବିଶ୍ୱ ଦରବାରରେ ପହଞ୍ଚାଇ ଥାଏ। କିନ୍ତୁ ଏଥର ଇଂଲଣ୍ଡରେ ଭାରତୀୟ ଦଳ ଆୁ ଏକ ବଡ ଇତିହାସ ରଚିବାକୁ ଷେଚଟା କରିବ। ଇଂଲଣ୍ଡରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍‌ର ପ୍ରଥମ ସଂସ୍କରଣର ଚାମ୍ପିଅନ୍‌ ହେବାକୁ ଆୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି।
ନ୍ୟୁଜିଲାଣ୍ଡ ବିପକ୍ଷରେ ସାଉଥ୍‌ହାମ୍ପଟନ୍‌ରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ। ସାରା ବିଶ୍ୱର ନଜର ଏବେ ଏହି ଫାଇନାଲ୍‌ ଉପରେ ରହିଛି। ଉଭୟ ଦଳ ଫର୍ମରେ ଅଛନ୍ତି। ତେଣୁ ଫାଇନାଲରେ କଡା ମୁକାବିଲା ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଫାଇନାଲ ଜିତି ଇତିହାସ ରଚିବାକୁ ସବୁପ୍ରକାର ଚେଷ୍ଟା କରିବ।
୨୦୧୪ରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଅଧିନାୟକ ହୋଇଥିବା କୋହଲି ୬୦ଟି ମ୍ୟାଚ ମଧ୍ୟରୁ ୩୬ଟି ଜିତିଛନ୍ତି। ଯାହାକି ଏକ ଭାରତୀୟ ରେକର୍ଡ। ୬୦ଟି ମ୍ୟାଚରୁ ୨୭ ଟି ବିଜୟ ସହ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ସମୟ ମଧ୍ୟରେ ଏକ ବିଜୟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ଲାଇବ୍‌ ଲଏଡଙ୍କୁ ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ ତାଲିକାରେ ମଧ୍ୟ ପଛରେ ପକାଇବାର ସମ୍ଭାବନା ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.