ନୂଆଦିଲ୍ଲୀ,୧୭।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କୁ ମାଡ଼ ଘଟଣାରେ ବିବାଦୀୟ ଟୁଇଟ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ଓ ଟୁଇଟର ଇଣ୍ଡିଆର ମ୍ୟାନେଜିଂ ଡିରେକ୍ଟରଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି।
ଗାଜିଆବାଦ୍ ଘଟଣା ଉପରେ କିଛି ଜର୍ନାଲିଷ୍ଟ ଓ କଂଗ୍ରେସ ନେତା ଟୁଇଟ୍ କରିବା ପରେ ସେମାନଙ୍କ ବିରୋଧରେ ସାମ୍ପ୍ରଦାୟିକତା ଭାବନାକୁ ଉତ୍ତେଜିତ କଲା ଭଳି ମନ୍ତବ୍ୟ ଦେବା ନେଇ ୟୁପିରେ ମାମଲ ରୁଜୁ ହୋଇଥିଲା। ଏହାର ଗୋଟିଏ ଦିନ ପରେ ଜଣେ ଓକିଲ ବୁଧବାର ଦିଲ୍ଲୀ ପୋଲିସ ନିକଟରେ ସମାନ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସ୍ବରା ଭାସ୍କର, ଜର୍ନାଲିଷ୍ଟ ଆର୍ଫା ଖାନୁମ ଓ ଅସିଫ ଖାନ ନାମକ ଜଣେ ବ୍ୟକ୍ତି ଟୁଇଟର ଯୋଗେ ଦେଶର ନାଗରିକଙ୍କ ମଧ୍ୟରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। କିନ୍ତୁ ଏମାନଙ୍କ ଉପରେ ଭାରତରେ ଟୁଇଟର ମୁଖ୍ୟ ମନୀଷ ମାହେଶ୍ୱରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଘଟଣା ପଛରେ ସତ୍ୟାସତ୍ୟ ଜାଣିବା ପରେ ମଧ୍ୟ ମିଥ୍ୟା ଟୁଇଟ୍କୁ ହଟା ଯାଉ ନ ଥିବା ଅଭିଯୋଗରେ ଦର୍ଶାଯାଇଛି।
ଉଲ୍ଲେଖଯୋଗ୍ୟ, ‘ବନ୍ଦେ ମାତରମ’ ଓ ‘ଜୟଶ୍ରୀ ରାମ’ ନ କହିବାରୁ ଅବଦୁଲ ସମଦ ନାମକ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ତାଙ୍କ ଦାଢ଼ି କାଟିଦେଇଥିଲେ ୬ ଜଣ ଦୁର୍ବୁତ୍ତ। ତେବେ ଏହି ଘଟଣା ପଛରେ କୌଣସି ସାମ୍ପ୍ରଦାୟିକତା ଉଦ୍ଦେଶ୍ୟ ନ ଥିବା ୟୁପି ପୋଲିସ ପକ୍ଷରୁ କୁହାଯାଇଛି। ଅବଦୁଲ କିଛି ଲୋକଙ୍କୁ ତାବିଜ ଦେଇଥିଲେ। ହେଲେ ଫଳପ୍ରଦ ନେ ହେବାରୁ ୬ ଜଣ ଦୁର୍ବୁତ୍ତ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଯୁବକ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.