ଆଇଜଲ୍,୨୨।୬: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି। କିନ୍ତୁ ମିଜୋରାମ ଜଣେ ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି। କ୍ରୀଡା ମନ୍ତ୍ରୀ ରବର୍ଟ ରୋମାଓ୍ବିଆ ରୋଏଟ ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ପିଲା ଥିବା ମାତାପିତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ତାଙ୍କ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସ୍ବଳ୍ପ ଜନସଂଖ୍ୟା ବିଶିଷ୍ଟ ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି କରିବାକୁ ଉତ୍ସାହିତ କରିବା।
ଗତ ପିତୃ ଦିବସ ଅବସରରେ ସେ ଏହି ଘେଷଣା କରିଛନ୍ତି। ଅବଶ୍ୟ ରବର୍ଟ ସର୍ବନିମ୍ନ ଶିଶୁ ସଂଖ୍ୟା ଉଲ୍ଲେଖ କରି ନାହାଁନ୍ତି। ଆଇଜଲର ପୂର୍ବ-୨ ନିର୍ବାଚନ ମଣ୍ଡଳୀରେ ଅଧିକ ସନ୍ତାନ ଥିବା ମାତାପିତାଙ୍କୁ ଏକ ଲକ୍ଷ ଟଙ୍କା ସହ ଏକ ସାର୍ଟିଫିକେଟ ଏବଂ ଟ୍ରଫି ଦିଆଯିବ ବୋଲି ସେ ଏକ ବିବୃତ୍ତିରେ କହିଛନ୍ତି। ଏହି ପ୍ରୋତ୍ସାହନ ରାଶି ମନ୍ତ୍ରୀଙ୍କ ପୁଅର କମ୍ପାନୀ ବହନ କରିବ। ମିଜୋ ସମ୍ପ୍ରଦାୟରେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.