ରାଜ୍ୟରେ ୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ୩,୩୨,୭୧୭ ଡୋଜ୍‌ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧ କୋଟି ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ସମସ୍ତ ବର୍ଗର ହିତାଧିକାରୀଙ୍କୁ ୧,୦୦,୨୫,୧୦୫ ଡୋଜ୍‌ ଟିକାକରଣ ହୋଇଛି। ୧୮,୯୫,୦୫୬ଜଣ ହିତାଧିକାରୀ ଦୁଇଟି ଡୋଜ୍‌ ଟିକା ନେଇସାରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ସର୍ବାଧିକ ୭୧,୬୩,୩୫୬ ଡୋଜ୍‌ ନେଇଥିବାବେଳେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୭,୫୮,୭୯୧ ଡୋଜ୍‌ ଟିକାକରଣ ହୋଇଛି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୬,୧୩,୮୯୩ ଡୋଜ୍‌ ଓ ସମ୍ମୁଖ ଯୋଦ୍ଧାଙ୍କୁ ୪,୮୯,୫୮୯ ଡୋଜ୍‌ ଦିଆଯାଇଛି। ତେବେ ଟିକା ନେବା ପରେ ମାତ୍ର ୦.୦୦୪%ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ସୂଚନା ରହିଛି। ରାଜ୍ୟରେ ମୋଟ ଟିକାକରଣରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୪,୦୦,୬୫୮ ଡୋଜ୍‌ ଟିକାକରଣ ହୋଇଛି। ଏହା ପରେ ଗଞ୍ଜାମରେ ୯,୨୮,୪୮୪, କଟକ ୭,୪୮,୮୫୯, ବାଲେଶ୍ୱର ୫,୪୭,୬୫୩, ସୁନ୍ଦରଗଡ଼ ୫,୩୦,୦୬୬, ପୁରୀ ୪,୫୮,୨୨୩, ମୟୂରଭଞ୍ଜ ୩,୯୧,୧୩୧, ସମ୍ବଲପୁର ୩,୭୯,୪୭୧, କୋରାପୁଟ ୩,୪୨,୦୭୩, କେନ୍ଦୁଝରରେ ୩,୨୬,୨୨୬, ଯାଜପୁର ୩,୧୩,୬୯୭, ଭଦ୍ରକ ୩,୦୩,୩୫୪, କେନ୍ଦ୍ରାପଡ଼ା ୩,୦୨,୪୪୦ ଓ କଳାହାଣ୍ଡିରେ ୩,୧୦,୦୨୬ ଡୋଜ୍‌ ଟିକାକରଣ ହୋଇଛି। ତେବେ ଦେବଗଡ଼ ଜିଲାରେ ସର୍ବନିମ୍ନ ୬୦,୪୯୨ଡୋଜ୍‌ ଟିକାକରଣ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ଟିକାକରଣରେ ଏହି ସଫଳତା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛି। ଟିକାକରଣ ସୁପରିଚାଳନା ଯୋଗୁ ରାଜ୍ୟରେ ମାତ୍ର ୩% ଟିକା ନଷ୍ଟ ହୋଇଛି, ଯାହା ଦେଶରେ ସବୁଠାରୁ କମ୍‌। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଓଡ଼ିଶା ୧ କୋଟି ଟିକାକରଣ କରି କୋଭିଡ୍‌-୧୯ ଲଢ଼େଇରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ଆମର ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେପଟେ ମଙ୍ଗଳବାର ରାଜ୍ୟର ୧,୨୨୨ ଟିକାକେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.