ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ଗାଁର ଡା. ବାଦଲ ବିଟ୍ କଏନ ନାମକ ଏକ ଠକ ସଂସ୍ଥାର ମେସେଜ୍ରେ ପ୍ରଲୋଭିତ ହୋଇ ନିଜ ଘର ତିଆରି ପାଇଁ କରିଥିବା ଋଣ ଟଙ୍କାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ଏ ନେଇ ସେ ଜୁନ୍ ୨ରେ କଟକ ସାଇବର ସେଲ୍ର ଦ୍ୱାରସ୍ଥ ହୋଇଛନ୍ତି।
କଟକ ସାଇବର ସେଲ୍ରେ ଅଭିଯୋଗ ଅନୁଯାୟୀ, ମେ’ ୧ରେ ଡାକ୍ତର ବାଦଲଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବିଟ୍ କଏନ ନାମକ ଏକ ସଂସ୍ଥାର ମେସେଜ୍ ଆସିଥିଲା। କମ୍ ବ୍ୟୟରେ ଅଧିକ ଅର୍ଥ ଦେବ ବୋଲି ଲୋଭ ଦେଖାଇ ଟଙ୍କା ଜମା କରିବାକୁ ତାଙ୍କୁ ସେହି ମେସେଜ୍ରେ ପ୍ରଲୋଭିତ କରାଯାଇଥିଲା। ୧୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୯୦୦୦ ଟଙ୍କା ଦେଲେ ୧୩୦୦ ଡଲାର(୧ଲକ୍ଷ)ଟଙ୍କା ମିଳିବ ବୋଲି ମେସେଜ ଆସିଥିଲା। ପରେ ସେ ମେ’ ୩ ରେ ତାଙ୍କ ଆକାଉଣ୍ଟରୁ ୧୦୦ ଡଲାର ବା ୯ ହଜାର ଟଙ୍କା ଉକ୍ତ କମ୍ପାନୀ ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସେହିମାସ ୯ତାରିଖରେ ୭୩ ହଜାର, ୧୦ ତାରିଖରେ ୭୩ ହଜାର,୧୧ ତାରିଖରେ ୪୫ ହଜାର,୧୭ ତାରିଖରେ ୬୦ହଜାର,୨୧ ତାରିଖରେ ୧ ଲକ୍ଷ,୨୪ ତାରିଖରେ ଦେଢ ଲକ୍ଷ,୨୭ ତାରିଖରେ ୧ ଲକ୍ଷ, ୨୮ ତାରିଖରେ ୮୩ ହଜାର, ୩୦ ତାରିଖରେ ୧ଲକ୍ଷ ୪୫ ହଜାର ସହ ଅନ୍ୟ ଚାର୍ଜକୁ ମିଶାଇ ମୋଟ ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇଥିଲା। ବାରମ୍ବାର ଟଙ୍କା କଟିବା ପରେ ମଧ୍ୟ ତାଙ୍କ ଆକାଉଣ୍ଟକୁ କୌଣସି ରିଟର୍ନ ନ ଆସିବାରୁ ସେ ସମ୍ପୃକ୍ତ ସଂସ୍ଥାର ହ୍ବାଟସ୍ଆପ୍ ନମ୍ବରରେ ଟଙ୍କା ପାଇଁ କହିବାରୁ ତୁମ ନାମରେ ଲିଡସ କମରସିଆଲ ନାମକ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇଥିବା ଜଣାଇଥିଲେ। ସେହି ବ୍ୟାଙ୍କ ମାଧ୍ୟମରେ ସେ ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ। ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ଆରଟିସି ଓ ଟ୍ୟାକ୍ସ କୋଡ୍ ପାଇଁ ଆଉ ୫ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ସୁଧ ସହ ଲାଭାଂଶ ପାଇବେ ବୋଲି ସୂଚନା ମିଳିଥିଲା। ଏଥିରେ ସନ୍ଦେହ ହେବାରୁ ସେ ଆଉ ଟଙ୍କା ଡିପୋଜିଟ କରି ନ ଥିଲେ। ଏହାପରେ ଉକ୍ତ ବ୍ୟାଙ୍କ ଓ କମ୍ପାନୀ ସମ୍ପର୍କରେ ଇଣ୍ଟରନେଟରୁ ସର୍ଚ୍ଚ କରି ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଜୁନ ୨ରେ କଟକ ସାଇବର ସେଲର ଦ୍ୱାରସ୍ଥ ହୋଇ ଠକ୍ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.