୧୦୦ କୋଟି ଡୋଜ୍‌ ଟିକା ଦେବ ଜି ୭

କାର୍ବିସ୍‌ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକା ଡୋଜ୍‌ ଯୋଗାଇଦେବାକୁ ଉକ୍ତ ଗୋଷ୍ଠୀର ୭ ଧନୀ ରାଷ୍ଟ୍ର ପ୍ରତିଶ୍ରୁତି ଦେଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ସୂଚନା ଦେଇଛନ୍ତି। ଏହି ଟିକା ସିଧାସଳଖ ଏବଂ କୋଭାକ୍ସ କାର୍ଯ୍ୟକ୍ରମ ଜରିଆରେ ଯୋଗାଇ ଦିଆଯିବ ବୋଲି ଜି ୭ ସମିଟ୍‌ ଶେଷରେ ଜନ୍‌ସନ ଗଣମାଧ୍ୟମକୁ କହିଛନ୍ତି। ତେବେ ବାସ୍ତବରେ ମହାମାରୀର ଅନ୍ତ କରିବାକୁ ହେଲେ ୨୦୨୨ ମଧ୍ୟଭାଗ ସୁଦ୍ଧା ବିଶ୍ୱର ଅନୂ୍ୟନ ୭୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ପାଇଁ ୧୧୦୦ କୋଟି ଡୋଜ୍‌ ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଥିଲାବେଲେ ଜି ୭ ରାଷ୍ଟ୍ରଗୋଷ୍ଠୀ ନେତାମାନଙ୍କ ପ୍ରତିଶ୍ରୁତି ତାହାଠାରୁ ଯଥେଷ୍ଟ କମ୍‌।
ଏହାବ୍ୟତୀତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସହଯୋଗ ବଢ଼ାଇବା ଏବଂ ଉନ୍ନତ ପ୍ରଯୁକ୍ତି ସହ ଟିକସର ଏକ ବଡ଼ ଅଂଶ ଏ ଦିଗରେ ବ୍ୟୟ କରିବା ପାଇଁ ଜି ୭ ନେତୃବୃନ୍ଦ ପ୍ରତିଶ୍ରୁତିବଦ୍ଧ ହୋଇଥିବା ଜଣାପଡ଼ିଛି। ମହାମାରୀ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅପ୍ରତ୍ୟାଶିତ ପଦକ୍ଷେପ ଯୋଗୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା,ଏବେ ସେଥିରେ ପରିବର୍ତ୍ତନ ହୋଇଛି ବୋଲି ଜି ୭ ନେତାମାନେ ଦେଖାଇବାକୁ ଚାହିଁଥିଲେ। ଚାଇନା ଭଳି ସତ୍ତାବାଦୀ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଜି ୭ (କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଓ ଆମେରିକା) ଗରିବ ରାଷ୍ଟ୍ରଗୁଡ଼ିକର ଭଲ ବନ୍ଧୁ ବୋଲି ଜଣାଇଦେବାକୁ ଚାହିଁଛନ୍ତି।

ବୋରିସ୍‌ଙ୍କୁ ସାଇକେଲ ଦେଲେ ବାଇଡେନ୍‌

ବ୍ରିଟେନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ପ୍ରଥମ ବ୍ୟକ୍ତିଗତ ସାକ୍ଷାତରେ ହାତ ତିଆରି ସାଇକେଲ ଉପହାର ଦେଇଛନ୍ତି। ଏହାର ଦାମ୍‌ ୬ ହଜାର ଡଲାର ରହିଛି। ଏଥିରେ ଉଭୟ ଦେଶର ମାନଚିତ୍ର ଚିତ୍ରିତ ହୋଇଛି। ଜନ୍‌ସନ୍‌ ସାଇକେଲ ଚଳାଇବାକୁ ପସନ୍ଦ କରୁଥିବାବେଳେ ବାଇଡେନ୍‌ ମଧ୍ୟ ସାଇକେଲ ପ୍ରେମୀ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.