ଆଡିଲେଡ୍,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍କେଓନ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ ମ୍ୟାକ୍କେଓନ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସାଉଥ୍ ଅଷ୍ଟ୍ରେଲିଆନ ଆକ୍ୱାଟିକ୍ ସେଣ୍ଟରରେ ସେ ୫୭.୪୫ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ପୂର୍ବରୁ ଆମେରିକାର ରେଗାନ ସ୍ମିଥ୍ ୨୦୧୯ରେ ୫୭.୫୭ ସେକେଣ୍ଡ ସମୟ ନେଇ ରେକର୍ଡ ସୃଷ୍ଟି କରିଥିଲେ।
ମ୍ୟାକ୍କେଓନଙ୍କ ବାପା ଶୋଲଟୋ ଗତ ଅଗଷ୍ଟ ମାସରେ ବ୍ରେନ୍ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ। ଅସମୟରେ ପିତାଙ୍କ ଦେହାନ୍ତ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି। ଆସନ୍ତା ମାସ ଟୋକିଓ ଅଲିମ୍ପିକ୍ସରେ ସେ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ଆମେରିକୀୟ ତାରକା ସ୍ମିଥ୍ଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହେବ। ଏମିଲି ସିବୋମ ୫୮. ୫୯ ସେକେଣ୍ଡ ସମୟ ନେଇ ମ୍ୟାକ୍କେଓନଙ୍କ ପଛକୁ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.