କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର ବନ୍ଧୁକ ଓ ଗୁଳି। ଅନୁଗୋଳ ଜିଲା ତାଳଚେରର ଟୁକୁନା ସ୍ବାଇଁ ଧରାପଡିବା ପରେ ଧଳସାମନ୍ତ ଭ୍ରାତାଙ୍କ ଚୋରା ବନ୍ଧୁକ କାରବାରର ଗୁମର ଖୋଲିବାରେ ଲାଗିଛି। କଟକ ଡିସିପି ପ୍ରତୀକ୍ ସିଂଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ଚଢାଉ କରି ୧୧ଟି ଚୋରା ବନ୍ଧୁକ, ୧୧ ମାଗାଜିନ୍ ଓ ୫୧ ଗୁଳି ଜବତ କରିଛି। ଏହି ଘଟଣାରେ ଟୁକୁନାଙ୍କ ସମେତ କଟକ ଶଙ୍କରପୁର ଢିଅସାହିର ସନ୍ତୋଷ ରାଉତ, ଶଙ୍କରପୁର ବାରିକ ସାହିର ଜ୍ୟୋତି ରଞ୍ଜନ ବାରିକ ଓ ନୂଆସାହିର ପ୍ରଶାନ୍ତ ରାଉତଙ୍କୁ ଗିରଫ କରାଯାଇଛି।
କଟକ ଡିସିପିଙ୍କ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏଥିସହ ସେମାନଙ୍କ ନିକଟରୁ ବହୁ ବନ୍ଧୁକ, ଗୁଳି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ଧଳସାମନ୍ତଙ୍କ ଘର ଓ ତାଙ୍କ ସହଯୋଗୀଙ୍କ ନିକଟରୁ ୧୬ ବନ୍ଧୁକ, ୧୦୯୫ ଗୁଳି ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାପରେ ୭ ବନ୍ଧୁକ, ୩୫ ଗୁଳି ଜବତ କରାଯିବା ସହ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏମାନେ ଗିରଫ ହେବା ପରେ ଟୁକୁନା ବନ୍ଧୁକ ଯୋଗାଉଥିବା ନେଇ ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା। ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ଟୁକୁନାଙ୍କୁ ଗତ ୩୦ ତାରିଖରେ ତାଳଚେରରୁ ଗିରଫ କରିଥିଲା। ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇ ୮ ଦିନ ରିମାଣ୍ଡରେ ଆଣିଥିଲା। ତାଙ୍କୁ ପଚରାଉଚରା କରିବାବେଳେ ସେ ବିହାର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଆଣି ବ୍ୟବସାୟ କରୁଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏଥିସହ ସେ ତାଳଚେରର ଏକ କଲ୍ଭର୍ଟ ନିକଟରେ ମାଟି ଖୋଳି ୮ ବନ୍ଧୁକ ଓ ୩୮ ଗୁଳି ଲୁଚାଇ ରଖିଥିଲେ ବୋଲି ପୋଲିସକୁ କହିଥିଲେ। ପରେ ପୋଲିସ ଉକ୍ତ ସ୍ଥାନରୁ ବନ୍ଧୁକ, ଗୁଳି ଜବତ କରିଥିଲା। ଏଥିସହ ସନ୍ତୋଷ, ଜ୍ୟୋତି ଓ ପ୍ରଶାନ୍ତଙ୍କୁ ସେ ୩ ବନ୍ଧୁକ, ୧୩ ଗୁଳି ଆପରାଧିକ କାର୍ଯ୍ୟକଳାପ ପାଇଁ ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଟୁକୁନାଙ୍କ ନାମରେ ବିଭିନ୍ନ ଥାନାରେ ୧୮ ମାମଲା ରହିଥିବାବେଳେ ସନ୍ତୋଷଙ୍କ ନାମରେ ୫, ଜ୍ୟୋତିଙ୍କ ନାମରେ ୬, ପ୍ରଶାନ୍ତଙ୍କ ନାମରେ ୯ଟି ମାମଲା ରହିଛି। ତେବେ ଗତ ୩ ମାସ ମଧ୍ୟରେ କଟକ କମିଶନରେଟ ପୋଲିସ ୪୩ ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରିଥିବା କମିଶନର ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.