Categories: ବାଣିଜ୍ୟ

୧୩୪ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ (ନିର୍ଦ୍ଦେଶକ) ଗୁଜରାଟର କଚ୍ଛ ଅଞ୍ଚଳର ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ରୁ ୧୩୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଆକାରରେ ନେଇ ଠକେଇ କରିଥିବା ଜଣାପଡ଼ିଛି। ଶୁକ୍ରବାର ଏନେଇ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଉକ୍ତ ମାମଲାରେ ଗୁଜରାଟର ଗାନ୍ଧୀଧାମ ଅଞ୍ଚଳରେ ରହିଥିବା ଆଇଟି କମ୍ପାନୀ ହାଇ ପ୍ରେସର ଟେକ୍‌ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହାର ୬ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ବିଭିନ୍ନ ଜାଲ୍‌ କାଗଜପତ୍ର ଦେଇ ଠକି ନେଇଛି ଏହି ଘରୋଇ କମ୍ପାନୀ। ସିବିଆଇ ଏହି ଘରୋଇ ଆଇଟି କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବ୍ୟାଙ୍କ ପକ୍ଷରୁ ଏ ନେଇ ସିବିଆଇ ନିକଟରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକମାନଙ୍କ ବିରୋଧରେ ୟୁବିଆଇରୁ ୧୩୪.୪୩ କୋଟି ଟଙ୍କା ହଡ଼ପ କରିବା ନେଇ ଏକ ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ଟିମ୍‌ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଦେଶରେ ବ୍ୟାଙ୍କ ଠକେଇ ଭଳି ଘଟଣାକୁ ଆଖି ଆଗରେ ରଖି କମ୍ପାନୀ ଏବଂ ଏହାର ଅଧିକାରୀ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇଥିଲେ। ମନ୍ଦ ଉଦ୍ଦେଶ୍ୟ ରଖି ସେମାନେ ଏହି ଋଣ ଟଙ୍କାକୁ ବ୍ୟବହାର କରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରି ଏକ ତଦନ୍ତକାରୀ ଟିମ୍‌ ଜରିଆରେ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ମୁମ୍ବାଇର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଆଉ ଏକ ଟିମ୍‌ ଏକା ସଙ୍ଗେ ଚଢ଼ାଉ କରିଛି। ୟୁନିୟନ ବ୍ୟାଙ୍କ ପକ୍ଷରୁ ଏନେଇ ଅଭିଯୋଗ ପାଇବା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ଏବଂ ନିର୍ଦ୍ଦେଶକ ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଏହାକୁ ଅସତ ଉପାୟରେ ବ୍ୟବହାର କରିଛନ୍ତି ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.