ପ୍ଲଟ୍‌ ଦେବା ନାଁରେ ୧୫ ଲକ୍ଷ ଠକେଇ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ କରିଛି। ଠକେଇ ଅଭିଯୋଗର ଦୀର୍ଘ ୪ ବର୍ଷ ପରେ ମଞ୍ଚେଶ୍ୱର ଥାନା ପୋଲିସ ବିଲ୍ଡର ସଂସ୍ଥାର ଏମ୍‌ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଭିଏସ୍‌ଏସ୍‌ ନଗରରେ ରହୁଥିବା ଅମିୟ କୁମାର ରଥ(୫୦)। ସୂଚନା ଅନୁଯାୟୀ, ଅମିୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ବିଲ୍ଡର ସଂସ୍ଥା କରି ଜମି କିଣାବିକା ବ୍ୟବସାୟ କରନ୍ତି। ତେବେ ୨୦୧୪ ଏପ୍ରିଲ ୨ରେ ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ରହୁଥିବା ବିଜୟ ସ୍ବାଇଁ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ଗାଢକଣ ଅଞ୍ଚଳରେ ଏକ ପ୍ଲଟ କିଣିବାକୁ ଯାଇ ସଂସ୍ଥାର ଏମ୍‌ଡି ଅମିୟଙ୍କୁ ପର୍ଯାୟକ୍ରମେ ୧୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ । ତେବେ ଅମିୟ ତାଙ୍କୁ ଏକ ଦସ୍ତଖତ ନ ଥିବା ଏକ ରେଜିଷ୍ଟ୍ରେଶନ କାଗଜ ଦେଇ କିଛିଦିନ ପରେ ପ୍ଲଟର ପ୍ରକୃତ ପଟ୍ଟା ଦେବା ପାଇଁ କହି ଦେଇ ନ ଥିଲେ । ଏ ନେଇ ତାଙ୍କର ସନ୍ଦେହ ଉପୁଜିବାରୁ ବିଜୟ ପ୍ରକୃତ ପ୍ରମାଣ ପତ୍ର ପାଇଁ ସବ୍‌ରେଜିଷ୍ଟାର କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ଏହା ଅନ୍ୟ ଏକ ନାମରେ ଥିଲା ବୋଲି ଜାଣିବାକୁ ପାଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ ଅମିୟ ନେଇଥିବା ଟଙ୍କା ନ ଦେବାରୁ ୨୦୧୭ ଅଗଷ୍ଟ ୨୮ରେ ବିଜୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ (ନଂ-୩୭୨/୧୭)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.