ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍ ପ୍ରଦେଶରେ ଥିବା ଏକ ଇସ୍ଲାମିକ୍ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ ନେଇ ନାଇଜର ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ନାଇଜେରିଆର ଏକ ୟୁନିଭର୍ସିଟିରୁ ଅପହୃତ ହୋଇଥିବା ୧୪ ଛାତ୍ରୀଛାତ୍ରଙ୍କୁ ୪୦ ଦିନ ଧରି ବନ୍ଦୀ ରଖି ମୁକ୍ତ କରିବା ପରେ ଏହି ଘଟଣା ଘଟିଛି। ଅପହରଣକାରୀମାନେ ଅପରାହ୍ନ ପ୍ରାୟ ୩ଟାରେ ମୋଟରସାଇକେଲରେ ଆସି ତେଗିନା ସହରରେ ଗୁଳି ଚଳାଇଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ସାଲିହୁ ତାନ୍କୋ ଇସ୍ଲାମିକ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅପହରଣ କରିବା ବେଳେ ଚାଲି ପାରୁ ନ ଥିବା ଛୋଟ ପିଲାଙ୍କୁ ଛାଡ଼ି ଦେଇଥିଲେ। ଉକ୍ତ ସ୍କୁଲରେ ପ୍ରାୟ ୩ ଶହ ଛାତ୍ରୀଛାତ୍ର ଥିଲେ।
ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ ଜାରି ରହିଛି। ଏହି ଘଟଣାକୁ ବାଦ୍ ଦେଲେ ୨୦୨୦ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୭୩୦ ଛାତ୍ରୀଛାତ୍ରଙ୍କୁ ଅପହରଣ କରାଯାଇଛି। ମୁଖ୍ୟତଃ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ସେମାନେ ଅପହରଣକୁ ମାଧ୍ୟମ କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.