କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା ଚୋବାଇ ଖାଇଥିଲା। ସ୍ଥାନୀୟ ଲୁୁଙ୍ଗାଗା ଗାଁରେ ଥିବ ଭତକ୍ଟୋରିଆ ହ୍ରଦରେ ଏହି କୁମ୍ଭୀରଟି ରହିଥିଲା। ଏହାର ଆତଙ୍କ ଯୋଗୁ ଲୋକେ ତାକୁ ଆତଙ୍କବାଦୀ ଓସାମା ବିନ୍ ଲାଡ଼େନ୍ ଭାବେ ନାମିତ କରିଥିଲେ। କୁମ୍ଭୀର ଶରୀରରେ ଓସାମା ଆତ୍ମା ପ୍ରବେଶ କରିଥିବା ଲୋକେ ବିଶ୍ୱାସ କରୁଥିଲେ। ୭୫ ବର୍ଷ ବୟସ୍କ ଏହି କୁମ୍ଭୀର ୧୯୯୧ରୁ ୨୦୦୫ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ରଚିଥିଲା। ପରେ ଏହି ଅଞ୍ଚଳର ୫୦ଟି ଗାଁ ଲୋକେ ଦିନ ରାତି ମିଳିତ ହୋଇ କୁମ୍ଭୀରକୁ ଧରିବା ପାଇଁ ଯୋଜନା କରିଥିଲେ। ଶେଷରେ ଓସାମା ଧରା ପଡ଼ିଥିଲା। ମାତ୍ର ଏହାକୁ ହତ୍ୟା କରା ଯାଇ ନ ଥିଲା। ଲୋକେ ଓସାମାକୁ ମାରିବାକୁ ଚାହୁଁଥିଲେ ମଧ୍ୟ ସରକାର ଏହାର ଅନୁମତି ଦେଇ ନ ଥିଲେ। ଏବେ ଓସାମାକୁ ୟୁଗାଣ୍ଡାର କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.