୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଛି। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍‌ଥ କେୟାର ନାମକ ଏକ କମ୍ପାନୀରୁ ଏହି ମେଡିସିନ କଟକର ଉକ୍ତ ଗୋଦାମକୁ ଆସୁଥିଲା ା ପରେ ଗୋଦାମ ମାଲିକ କର୍ମଚାରୀଙ୍କ ଜରିଆରେ କଟକର ଘରୋଇ କୋଭିଡ୍‌ ହସ୍ପିଟାଲ ଏବଂ ମେଡିସିନ ଦୋକାନଗୁଡିକୁ ପଠାଯାଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଖରେ ଖବର ପହଞ୍ଚିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଉକ୍ତ ଗୋଦାମରେ ଚଢାଉ କରାଯାଇ ୧୭୦ ପେଟିରେ ଥିବା ଫାଭିପିରାଭିର ମେଡିସିନ ଜବତ ହୋଇଛି। ସେଥିରେ ୧୭,୦୦୦ ଟାବ୍‌ଲେଟ୍‌ ଥିବା ଜଣାପଡିଛି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ କହିଛନ୍ତି, ଜବତ ମେଡିସିନର ମୂଲ୍ୟ ପ୍ରାୟ ୬୯ ଲକ୍ଷ ଟଙ୍କା ହେବ। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍‌ଥ କେୟାର ନାମକ କମ୍ପାନୀରୁ ଆସୁଥିବା ଉକ୍ତ ମେଡିସିନ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଛି। ଏଥିସହ ଉକ୍ତ ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଖୋର୍ଦ୍ଧାସ୍ଥିତ ଲାବରେଟୋରୀକୁ ପଠାଯାଇଛି। ଉକ୍ତ ଗୋଦାମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କୋଭିଡ୍‌ ନୋଡାଲ ଅଫିସର ଉମେଶ ରାୟ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଫାଭିପିରାଭିର ଔଷଧ ବ୍ୟବହାର ହେଉଛି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଦିଆଯାଉଛି। ଏହି ମେଡିସିନକୁ ଲୋକମାନେ ମନଇଚ୍ଛା କିଣି ଘରେ ଗଚ୍ଛିତ ରଖୁଛନ୍ତି। ଫଳରେ ବଜାରରେ ଏହି ମେଡିସିନର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କେତେଜଣ ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର ଔଷଧ ତିଆରି କରି ବଜାରକୁ ଛାଡୁଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.