ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ। ଗତ ମେ ୩, ୪ ଓ ୫ରେ ଟିକା ନେଇଥିବା ହିତାଧିକାରୀଙ୍କୁ ଆସନ୍ତା ୮,୯ ଓ ୧୦ ତାରିଖରେ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯିବ। ଟିକାର ଅଭାବ ପାଇଁ ଏବେ ମୋବିଲାଇଜେଶନ ସେଣ୍ଟରଗୁଡିକ ବନ୍ଦ ଥିବାବେଳେ ଖୁବ୍ଶୀଘ୍ର ଏହାକୁ ପୁଣିଥରେ ଖୋଲାଯାଇ ଟିକାକରଣ କରାଯିବ। ଏନେଇ ବିଏମ୍ସି ପକ୍ଷରୁ ହିତାଧିକାରୀଙ୍କୁ ସୂଚନା ଦିଆଯିବ ବୋଲି ବିଏମ୍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ଯେଉଁସବୁ ସ୍ଥାନରେ ଟିକାକରଣ କରାଯାଉଥିଲା ସେହିଠାରେ ହିଁ ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ଯେଉଁମାନେ କୋଓ୍ବିନ୍ ଆପ୍ ଜରିଆରେ ସ୍ଲଟ୍ ବୁକିଂ କରି ପ୍ରଥମ ଡୋଜ୍ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପାଇଁ ପୁଣି ଥରେ ସ୍ଲଟ୍ ବୁକିଂ କରିବାକୁ ପଡିବ ବୋଲି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ
କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୧୨୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...
ସୋମବାରଠୁ ଲାଗି ରହିବ ବର୍ଷା
ଭୁବନେଶ୍ବର,୬।୬: କାଳବୈଶାଖି ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।...
ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା
ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
୧୨ ଜେଲରୁ ମୁକ୍ତ ହେବେ ୧୬ କଏଦୀ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଜା ଅବଧି ପୂର୍ବରୁ ରାଜ୍ୟର ୧୧ ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ। ଜେଲରେ ଆଜୀବନ ସଜା କାଟୁଥିବାବେଳେ ବ୍ୟବହାରରେ...
କ୍ଷତିପୂରଣ ନ ଦେବା ନିଷ୍ପତ୍ତି କାହାର
ନୂଆଦିଲ୍ଲୀ, ୨୨।୬: କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର...


