ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ। ଗତ ମେ ୩, ୪ ଓ ୫ରେ ଟିକା ନେଇଥିବା ହିତାଧିକାରୀଙ୍କୁ ଆସନ୍ତା ୮,୯ ଓ ୧୦ ତାରିଖରେ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯିବ। ଟିକାର ଅଭାବ ପାଇଁ ଏବେ ମୋବିଲାଇଜେଶନ ସେଣ୍ଟରଗୁଡିକ ବନ୍ଦ ଥିବାବେଳେ ଖୁବ୍ଶୀଘ୍ର ଏହାକୁ ପୁଣିଥରେ ଖୋଲାଯାଇ ଟିକାକରଣ କରାଯିବ। ଏନେଇ ବିଏମ୍ସି ପକ୍ଷରୁ ହିତାଧିକାରୀଙ୍କୁ ସୂଚନା ଦିଆଯିବ ବୋଲି ବିଏମ୍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ଯେଉଁସବୁ ସ୍ଥାନରେ ଟିକାକରଣ କରାଯାଉଥିଲା ସେହିଠାରେ ହିଁ ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ଯେଉଁମାନେ କୋଓ୍ବିନ୍ ଆପ୍ ଜରିଆରେ ସ୍ଲଟ୍ ବୁକିଂ କରି ପ୍ରଥମ ଡୋଜ୍ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପାଇଁ ପୁଣି ଥରେ ସ୍ଲଟ୍ ବୁକିଂ କରିବାକୁ ପଡିବ ବୋଲି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.