ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ ବାକିଗୁଡ଼ିକର ଓଜନ ୨୦ରୁ ୨୨ କିଲୋମଧ୍ୟରେ ରହିଛି। ନୂଆବଜାର ନୋଳିଆ ବସ୍ତିର ଦଙ୍ଗଲ ରାଜୁ ଡଙ୍ଗାରେ ମାଛ ଧରିବାକୁ ଯାଇଥିବାବେଳେ ଏସବୁ ମାଛ ଧରିଛନ୍ତି। ଖୋଲା ବଜାରରେ ମାଛଗୁଡ଼ିକୁ ୧୮.୬୫ ଲକ୍ଷ ଟଙ୍କାରେ ସେ ବିକ୍ରି କରିଛନ୍ତିି। ଅଠରବାଙ୍କି ବାଲିପ୍ଲଟ୍ ବଜାରରେ ଏହି ମାଛଗୁଡ଼ିକୁ ନିଲାମ କରାଯାଇଥିଲା। କୋଲକାତାର ଜଣେ ବ୍ୟବସାୟୀ ଉପରୋକ୍ତ ମୂଲ୍ୟରେ ମାଛଗୁଡ଼ିକୁ କିଣିଥିଲେ। ଜୁନ୍ ୧୪ରେ ସୁବା ରାଓ ନାମକ ଜଣେ ଡଙ୍ଗା ମାଲିକ କେତେକ ତେଲିଆବୋରେଇ ମାଛକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏହି ମାଛରୁ ଅନେକ ଔଷଧୀୟ ସାମଗ୍ରୀ ତିଆରି ହୋଇଥାଏ। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ ଥାଏ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବିଶେଷକରି ଏହି ମାଛର ପୁଟିର ଚାହିଦା ଅଧିକ ଥାଏ। ତେଲିଆ ବୋରେଇ ଗଭୀର ସମୁଦ୍ରରେ ରହିଥାନ୍ତି। ବର୍ଷାବେଳେ ସେମାନେ ଦଳ ହୋଇ କୂଳକୁ ଆସିଥାନ୍ତି। ଏବେ ଲଗାଣ ବର୍ଷା ହେଉଥିବାରୁ ଏହି ମାଛ ଧରି ହେଉଛି ବୋଲି ମହାପାତ୍ର କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.