କଟକ ଅଫିସ,୭।୬: ଚାଉଳିଆଗଞ୍ଜ ପୋଲିସ ୨ଜଣ ସାଇବର ଠକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣପଡ଼ା ଅଞ୍ଚଳର ସୁପ୍ରଭାତ ମହାପାତ୍ର (୨୬) ଏବଂ ଜଗତସିଂହପୁର ବିରିଡ଼ି ଥାନା ଅଧୀନ ମଙ୍ଗୁଳି ଅଞ୍ଚଳର ତନ୍ମୟ କୁମାର ବେହେରା (୨୪)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୯ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍, ୪ଟି ସିମ୍ ସମେତ ଗୋଟିଏ ବାଇକ୍ (ନଂ. ଓଡି ୧୩ କେ ୯୩୯୯) ଜବତ କରିଛି।
ଡିସିପି ପ୍ରତୀକ୍ ସିଂଙ୍କ ସୂଚନା ଅନୁଯାୟୀ, ନୂଆବଜାର ଅଞ୍ଚଳର ରବି ନାରାୟଣ ମହାପାତ୍ରଙ୍କ ପାଖକୁ ଗତ ୩ତାରିଖରେ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଫୋନ୍ କଲ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଏସ୍ବିଆଇ ବ୍ରାଞ୍ଚ ମ୍ୟାନେଜର ବୋଲି ପରିଚୟ ଦେବା ସହ ରବିଙ୍କ ନାମରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଇନ୍ସ୍ୟୁରାନ୍ସ ପଲିସି ଚେକ୍ ଆସିଥିବା କହିଥିଲେ। ଏହି ଚେକ୍ କ୍ଲିୟରାନ୍ସ ପାଇଁ ୪୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ରବି ତାଙ୍କ କଥାକୁ ବିଶ୍ୱାସ କରି ଦୁଇଟି ଆକାଉଣ୍ଟକୁ ପ୍ରଥମେ ୩୦ହଜାର ଓ ପରେ ୧୫ହଜାର ଟଙ୍କା ପଠାଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଟଙ୍କା ପାଇବା ପରେ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ ବୋଲି ରବି ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏ ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଯେଉଁ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହା ସୁପ୍ରଭାତଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଶନିବାର ଅଭିଯୁକ୍ତ ସୁପ୍ରଭାତ ଓ ତାଙ୍କ ସାଥୀ ତନ୍ମୟଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ବିରୋଧରେ କେସ୍ ନଂ. ୪୧୯/୨୧ ଓ ୪୨୦/୨୧ ରୁଜୁ କରାଯାଇଛି। ପୂର୍ବରୁ ସୁପ୍ରଭାତଙ୍କ ନାମରେ ବିଭିନ୍ନ ଥାନାରେ ମୋଟ ୨୪ଟି ମାମଲା ରହିଛି।
Posted inଅପରାଧ, ଆମ ଜିଲା ଖବର, କଟକ View All
ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ
ଛତ୍ରପୁର,୨୨।୬(ଡି.ଏନ୍.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା...
ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ
ଝାରସୁଗଡ଼ା ଅଫିସ୍,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲ୍ରେ କନକତୋରା ଗ୍ରାମର ନନ୍ଦଲାଲ୍ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...
ବାପାଙ୍କ ଉନ୍ମତ୍ତକାଣ୍ଡ: ସାଢ଼େ ୩ ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ ଝିଅ, ସ୍ତ୍ରୀକୁ ହତ୍ୟା ଉଦ୍ୟମ
ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କର...
ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ
ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...
ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା
ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ...
ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ
ବୌଦ୍ଧ,୯।୬(ଡି.ଏନ୍.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...
ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ
କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ...
୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...


