ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ସୋରୁମରୁ ୨ ବାଇକ ଚୋରି: ୨ ଗିରଫ

ଛତ୍ରପୁର,୨୫।୬(ଡି.ଏନ୍‌.ଏ.): ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗାଡ଼ି ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଚୋରି ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ୨ଟି ବାଇକୁ ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ଏଥିସହ ସିସିଟିଭି ହାର୍ଡଡିସ୍କକୁ ନେଇଯାଇଥିଲେ । ଏହି ମାମଲାରେ ସମ୍ପୃକ୍ତ ୫ଜଣିଆ ଆନ୍ତଃରାଜ୍ୟ ଡକାୟତି ଦଳକୁ ଛତ୍ରପୁର ପୋଲିସ ଚି଼ହ୍ନଟ କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ୨ଜଣ ଡକାୟତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଥିବା ନେଇ ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଶୁକ୍ରବାର ସୂଚନା ଦେଇଛନ୍ତି । ଗିରଫମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଧୀନ ସୁକୁଣ୍ଡାର ପି ନରସିଂହ ଓ ସିଏଚ୍‌ ରାମବାବୁ । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି । ଏମାନଙ୍କଠାରୁ ଗୋଟିଏ ଚୋରି ବାଇକକୁ ମଧ୍ୟ ପୋଲିସ ଜବତ କରିଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଚୋରି ବାଇକକୁ ପୋଲିସ ଜବତ କରିଥିଲେ । ଉକ୍ତ ଡକାୟତ ମାମଲରେ ଅନ୍ୟ ୩ ସମ୍ପୃକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି କହିଛନ୍ତି ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.