ମହାକାଳପଡ଼ା,୪।୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ ସୀମା ମିଲନ ମୋଡ଼ ବଜାରରେ ବେଆଇନ କ୍ଲିନିକ୍ ଖୋଲାଯାଇଛି। ସେହି କ୍ଲିନିକ୍ରେ ସ୍ଥାନୀୟ ପଙ୍କପାଳ ଗ୍ରାମର ଜଣେ ଜ୍ୱରରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା ସ୍ଥାନୀୟ ବେଣକନ୍ଧା ବଜାରର ଜଣେ ନକଲି ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ। ରୋଗୀଙ୍କୁ ନିମ୍ନମାନର ବଟିକା ଦେବା ସହ ଲଗାତାର ୪ ସାଲାଇନ ଦେବାରୁ ସେ ଗୁରୁତର ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ପରିବାର ଲୋକେ ଏକ ଗାଡ଼ିରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୨ଦିନ ପୂର୍ବରୁ ରାମନଗର ଅଞ୍ଚଳର ଅନ୍ୟ ଜଣେ ଜ୍ୱରାକ୍ରାନ୍ତ ରୋଗୀ ସ୍ଥାନୀୟ ପିତାପାଟ ଗଁାର ଜଣେ ଡାକ୍ତରଙ୍କ ପାଖରେ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ବିଶେଷକରି ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳ ବତିଘର, ଖରିନାସି, ରାମନଗର, ପେଟ୍ଛେଲା, ବଉଳକଣି, ଜମ୍ବୁ ହାଟ, ସୁନୀତି, ବେଣାକନ୍ଧା ହାଟ, ତନ୍ତିଆପାଳ ହାଟ, ବାବର ହାଟ, କେଦାଣ୍ଡୁଆ ଆଦି ଅଞ୍ଚଳରେ ଏପରି ଡାକ୍ତରମାନେ ବେଆଇନ କ୍ଲିନିକ୍ ଖୋଲି ସାଧାରଣ ନିରୀହ ଲୋକଙ୍କୁ ଶୋଷଣ କରୁଛନ୍ତି। କୋଲକାତାର କେତେଜଣ ନକଲି ଡାକ୍ତର ଗଁାକୁ ଗଁା ବୁଲି ରୋଗୀଙ୍କୁ ଚିକିତ୍ସା ସହ ଔଷଧ ଦେଉଛନ୍ତି। ସ୍ଥାନୀୟ ଜନପ୍ରତିନିଧିମାନେ ଏ ସଂକ୍ରାନ୍ତରେ ପ୍ରଶାସନକୁ ଅବଗତ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ସ୍ଥାନୀୟ ଆର୍କେଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଜମ୍ବୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଜ୍ୱର ରୋଗୀମାନେ ଚିକିତ୍ସା ପାଇଁ ନ ଆସି ନକଲି ଡାକ୍ତରଙ୍କ ଆଶ୍ରା ନେଉଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡା. ଅନିତା ପଟ୍ଟନାୟକ କୁହନ୍ତି, ଉପାନ୍ତ ଅଞ୍ଚଳରେ ନକଲି ଡାକ୍ତରଙ୍କ ଚିକିତ୍ସା ସମ୍ପର୍କରେ ଅଭିଯୋଗ ମିଳିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.