ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଲାଗି କର୍ନାଟକ ସରକାରଙ୍କୁ କରୋନା ତୃତୀୟ ଲହର ପରିଚାଳନା ଲାଗି ଗଠିତ ହୋଇଥିବା ବିଶେଷଜ୍ଞ କମିଟି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅଫ୍ଲାଇନ୍ କ୍ଲାସ୍ରେ ଯୋଗଦେଉଥିବା ଛାତ୍ରୀଛାତ୍ରଙ୍କୁ ଏଭଳି ବୀମା ଯୋଗାଇ ଦେବାକୁ ହୃଦ୍ରୋଗ ବିଶେଷଜ୍ଞ ଡ. ଦେବୀ ସେଟ୍ଟିଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି କମିଟି ପକ୍ଷରୁ କୁହାଯାଇଛି। ସେହିପରି କରୋନା ତୃତୀୟ ଲହରର ମୁକାବିଲା କରିବା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ କମିଟି ପକ୍ଷରୁ କେତେକ ପରାମର୍ଶ ପ୍ରଦାନ କରାଯାଇଛି। ଅଧିକ ବୟସ୍କ ସ୍କୁଲ୍ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯିବା ସହିତ ପ୍ରଥମେ ଦ୍ୱାଦଶ, ଏକାଦଶ, ଦଶମ, ନବମ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲାଯିବା ଆବଶ୍ୟକ ବୋଲି କମିଟି କହିଛି। ପ୍ରତି ସ୍କୁଲରେ ଜଣେ ସ୍ବାସ୍ଥ୍ୟ ପରାମର୍ଶଦାତା ଏବଂ ମେଡିକାଲ ନର୍ସଙ୍କୁ ନିଯୁକ୍ତି ଦେବାକୁ କମିଟି ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.