କୋଭିଡ୍‌ ସହାୟତାରୁ ୨ଶହ କୋଟି ବାଟମାରଣା

ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍‌ ରାଶନକାର୍ଡ ଜରିଆରେ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ଲୋକାୟୁକ୍ତଙ୍କଠାରେ ଏକ ମାମଲା (ଏଲୱାଇ-୧୨୩/୨୦୨୧) ରୁଜୁ ହୋଇଛି। ଉକ୍ତ ମାମଲାକୁ ଆଧାର କରି ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ୍‌ ସିଂ ୨୨ା୪ା୨୦୨୧ରେ ଦେଇଥିବା ନିର୍ଦ୍ଦେଶକୁ ଏଯାଏ ରାଜ୍ୟ ଯୋଗାଣ ନିଗମ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟକାରୀ କରିପାରିନାହିଁ। ଯୋଗାଣ ନିଗମର ମ୍ୟାନେଜର(ଆଇନ)ଙ୍କ ଦ୍ୱାରା ଜିଲା ଯୋଗାଣ ଅଧିକାରୀମାନଙ୍କୁ ୫ଥର ଉକ୍ତ ମାମଲା ଉପରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ଏହିକ୍ରମରେ ଯୋଗାଣ ନିଗମର ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୮୨୫୨/୧୮ା୬ା୨୦୨୧ରେ ବୌଦ୍ଧ, ଅନୁଗୋଳ, ଜଗତସିଂହପୁର ଓ ସୁନ୍ଦରଗଡ଼ ବ୍ୟତୀତ ଅନ୍ୟ କୌଣସି ଜିଲା ଯୋଗାଣ ଅଧିକାରୀଙ୍କଠାରୁ ରିପୋର୍ଟ ପାଇନାହାନ୍ତି ବୋଲି ତାଙ୍କ ପତ୍ରରେ ଦର୍ଶାଇଛନ୍ତି।
ଲୋକାୟୁକ୍ତଙ୍କଠାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଲକ୍‌ଡାଉନ ସମୟରେ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ଅଧୀନରେ ରାଜ୍ୟ ସରକାର ସମସ୍ତ ଜିଲାର ପ୍ରାୟ ୯୫ ଲକ୍ଷ ପରିବାରକୁ ଚାଉଳ/ଗହମ ମୁଣ୍ଡପିଛା ୫ କେଜି ଏବଂ କିରୋସିନ ରାଶନ କାର୍ଡ ପିଛା ୨ ଲିଟର ଲେଖାଏ ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ରେ ୨୦୨୦ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ମାଗଣାରେ ହିତାଧିକାରୀଙ୍କ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ପ୍ରଦାନ କରାଯାଇଥିଲା। ୬ା୪ା୨୦୨୦ରେ ମୁଖ୍ୟମନ୍ତ୍ରୀ ରାଶନ କାର୍ଡ ପିଛା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିଲେ। ତଦନୁସାରେ ରାଜ୍ୟ ସରକାର ୯୫ ଲକ୍ଷ ରାଶନକାର୍ଡଧାରୀଙ୍କ ପାଇଁ ୯୫୫ କୋଟି ଟଙ୍କା ପ୍ରଦାନ କରିଥିଲେ। ହେଲେ ଲକ୍‌ଡାଉନ କଟକଣା ଥିବାରୁ ହିତାଧିକାରୀଙ୍କ ଘରେ ସେହି ଅର୍ଥ (୧୦୦୦ ଟଙ୍କା) ପହଞ୍ଚାଇବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ବଳରେ ପ୍ରତି ଜିଲାରେ ପ୍ରଦାନ କରାଯାଇଥିବା ସେହି ସହାୟତା ରାଶି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ତଥ୍ୟ ଅନୁଯାୟୀ, ସରକାର ପ୍ରଦାନ କରିଥିବା ସହାୟତା ରାଶି ମଧ୍ୟରୁ ୨୦ କୋଟି ୫୬ ଲକ୍ଷ ୩୮ ହଜାର ୪୩୬ ଟଙ୍କା ସରକାରଙ୍କୁ ଫେରାଇ ଦିଆଯାଇଥିଲା। ହିତାଧିକାରୀ ନ ମିଳିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅର୍ଥାତ୍‌ ୨ ଲକ୍ଷ ୫ ହଜାର ୬୩୮ ଜଣ ହିତାଧିକାରୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ଏହି ୨,୦୫,୬୩୮ ବ୍ୟକ୍ତିଙ୍କ ନାମରେ ଜାଲ ରାଶନକାର୍ଡ ତିଆରି କରାଯାଇ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ଖାଉଟି ସାମଗ୍ରୀ ବିଭାଗୀୟ ଅଧିକାରୀ ଓ ଡିଲରଙ୍କ ଦ୍ୱାରା ବାଟମାରଣା କରାଯାଉଛି। ଯଦି ଟଙ୍କା ଦିଆଯାଇପାରିଲା ନାହିଁ ତେବେ କିପରି ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ସେହି ସମୟରେ ବଣ୍ଟନ କରାଗଲା। ତେଣୁ ପ୍ରାୟ ୨୦୦ କୋଟି ଟଙ୍କାର ଖାଉଟି ସାମଗ୍ରୀ କାହିଁକି ଫେରସ୍ତ କରାଗଲା ନାହିଁ ବୋଲି ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା। ଯାଜପୁର ଜିଲାକୁ ୪୦,୫୮,୧୨,୨୯୦ ଟଙ୍କା ସହାୟତା ରାଶି ଦିଆଯାଇଥିଲା। ସେଥିରୁ ୮ା୨ା୨୦୨୧ ପର୍ଯ୍ୟନ୍ତ ୩୯, ୬୩, ୧୦,୦୦୦ ଟଙ୍କାର ବିନିଯୋଗ ପତ୍ର ଦାଖଲ କରାଯାଇଛି। ବାକି ୯୫, ୦୨,୨୯୦ ଟଙ୍କା ଫେରାଇ ଦିଆଯାଇଛି। ଏଥିରୁ ଯାଜପୁରରେ ୯,୫୦୦ ଜାଲ ରାଶନ କାର୍ଡ ରହିଥିବା ଅନୁମାନ କରାଯାଉଛି। ସେହିପରି ଗଞ୍ଜାମରେ ପ୍ରାୟ ୨୯ ହଜାର, ବଲାଙ୍ଗୀରରେ ୧୩ ହଜାର, ଖୋର୍ଦ୍ଧାରେ ୨୦ ହଜାର ଜାଲକାର୍ଡ ରହିଥିବା ଅନୁମାନ କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.