ନୂଆଦିଲ୍ଲୀ/ଲକ୍ଷ୍ନୌ,୫ା୬ କରୋନା ମହାମାରୀ ମୁକାବିଲାରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିଫଳତାକୁ ନେଇ ଭାଜପା ଚିନ୍ତିତ। ୨୦୨୨ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜନବହୁଳ ରାଜ୍ୟରେ ବ୍ୟାକ୍ଫୁଟ୍ରେ ଛିଡ଼ାହୋଇଛି ଗୈରିକ ଦଳ।
୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେବା ପୂର୍ବରୁ ରାଜ୍ୟରେ ନୂଆ ସରକାର ଗଠନ ଲାଗି ଭୋଟ କରାଯିବ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବ। ଉଭୟ ନିର୍ବାଚନରେ ଦଳ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ଭାଜପା କେନ୍ଦ୍ରୀୟ ନେତୃତ୍ୱ ଚିନ୍ତିତ। କାରଣ ଦିଲ୍ଲୀକୁ କ୍ଷମତାର ରାସ୍ତା ୟୁପି ଦେଇ ଗତି କରିଥାଏ। ଲୋକ ସଭାରେ ୟୁପିର ଆସନ ସଂଖ୍ୟା ହେଉଛି ୮୦। ଏଭଳି ଆଶଙ୍କା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ। ସେହିପରି କୋଭିଡ୍ ମୁକାବିଲାରେ ଯୋଗୀ ସରକାରଙ୍କ ବିଫଳତା ମଧ୍ୟ ଭାଜପା ପାଇଁ ବିପର୍ଯ୍ୟୟ ଆଣିଦେଇପାରେ ବୋଲି କୁହାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ବିଦ୍ରୋହର ସ୍ବର ଉଠାଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅବସ୍ଥା କ’ଣ ହୋଇଥିଲା ଯୋଗୀ ତାକୁ ସ୍ମରଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ମୋଦି-ଯୋଗୀଙ୍କ ମଧ୍ୟରେ ମତପାର୍ଥକ୍ୟ ଆଉ କାହାକୁ ଅଛପା ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ଜାତିଗତ ଓ କ୍ଷେତ୍ରୀୟ ସମୀକରଣକୁ ହିସାବକୁ ନିଆଯିବ। କେତେଜଣ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ଚେହେରାଙ୍କୁ ସ୍ଥାନ ମିଳିବ। ଅନ୍ୟ କେତେଜଣ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇପାରେ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମାଙ୍କୁ ୟୁପି ସରକାରରେ ସ୍ଥାନ ମିଳିପାରେ। ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଗୁଜରାଟ କ୍ୟାଡର ଅଫିସର ନିକଟରେ ସ୍ବେଚ୍ଛାକୃତ ଅବସର ନେଇ ୟୁପି ବିଧାନ ପରିଷଦକୁ ଏମ୍ଏଲ୍ସି ଭାବେ ନିର୍ବାଚିତ ହୋଇଛନ୍ତି। ଅରବିନ୍ଦ ଶର୍ମାଙ୍କୁ ଯୋଗୀ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ନ ଦେଇ ଖୋଲାଖୋଲି ବିରୋଧ କରୁଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ୟୁପି ନେତୃତ୍ୱରେ ବଡ଼ ଧରଣର ପରିବର୍ତ୍ତନ କରି ରିସ୍କ ନେବାକୁ ଚାହୁଁନାହାନ୍ତି। ତେଣୁ ରାଜ୍ୟରେ ଦଳୀୟ ସଙ୍ଗଠନ କିମ୍ବା ସରକାରରେ ନେତୃତ୍ୱ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବର୍ତ୍ତମାନ ନିଜ ନିଜ ପଦରେ ରହିବେ। ଆଗାମୀ ନିର୍ବାଚନରେ ଏହି ଦୁଇ ନେତା ନେତୃତ୍ୱ ନେଇପାରନ୍ତି।
ପ୍ରକାଶ ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମହାସଚିବ ଦତ୍ତାତ୍ରେୟ ହୋସ୍ବାଲେ ସୋମବାର ଲକ୍ଷ୍ନୌ ଗସ୍ତ ବେଳେ ସଂଘର ପଦାଧିକାରୀ ଏବଂ ଭାଜପାର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଭାଜପାର ସଙ୍ଗଠନ ସମ୍ପାଦକ ବି.ଏଲ୍. ସନ୍ତୋଷ ଏବଂ ପ୍ରଦେଶ ପ୍ରଭାରୀ ରାଧାମୋହନ ସିଂଙ୍କୁ ଲକ୍ଷ୍ନୌ ପଠାଯାଇଥିଲା। ଲକ୍ଷ୍ନୌରେ ତିନି ନେତା ସ୍ଥାନୀୟ ନେତା ଏବଂ କେତେଜଣ ମନ୍ତ୍ରୀ ତଥା ବିଧାୟକଙ୍କୁ ଭେଟିଥିଲେ। ସ୍ବତନ୍ତ୍ର ଦେବ ସିଂଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭାଜପାର ପ୍ରଦେଶ ଅଧ୍ୟକ୍ଷ କରାଯିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ବେଶି ସମୟ ନ ଥିବାରୁ ଦଳ ନେତୃତ୍ୱ ପରିବର୍ତ୍ତନର ରିସ୍କ ନେବାକୁ ଚାହିଁଲା ନାହିଁ। ଫିଡ୍ବ୍ୟାକ୍ ମିଳିବା ପରେ ସ୍ଥିର କରାଯାଇଛି ଯେ, ୟୁପିରେ ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ବୟ ଜରୁରୀ। ଏଥିପାଇଁ ନିୟମିତ ଭାବେ ବୈଠକ ବସିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆସନ୍ତା ମାସରେ ୟୁପି ଗସ୍ତ କରିବେ। ସଂଘ ଓ ଭାଜପା ନେତାଙ୍କ ଲଗାତର ଗସ୍ତ ଓ ମାରାଥନ୍ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ୟୁପିରେ ଦଳର ବିଜୟ ଆଦୌ ସହଜ ହେବ ନାହିଁ ବୋଲି କୁହାଯାଉଛି। ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.