ନୂଆଦିଲ୍ଲୀ,୧୭।୬: ମଣିପୁର ଇମ୍ଫାଲରେ ରାଜସ୍ବ ଅଧିକାରୀଙ୍କ ଚଢ଼ାଉବେଳେ ଗୋଟିଏ କାର୍ରୁ ଜବତ ହୋଇଛି ୪୩ କେଜି ସୁନା ବିସ୍କୁଟ। ଏହାର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ।
ଟିପ୍ ଅପ୍ ପାଇବା ପରେ ଇମ୍ଫାଲରେ କାରକୁ ଅଟକାଇଥିଲେ ରାଜସ୍ବ ବିଭାଗର ଇଣ୍ଟେଲିଜେନ୍ସ ଅଧିକାରୀ। କାର୍ରେ ଥିବା ଦୁଇ ଜଣଙ୍କୁ ପଚରାଉଚୁରା କରାଯିବା ପରେ ଗାଡ଼ିର ତଲାସି ନିଆଯାଇଥିଲା। କାର୍ର ୩ଟି ସ୍ବତନ୍ତ୍ର ସ୍ଥାନରେ ଲୁଚାଇ ରଖାଯାଇଥିଲା ସୁନା ବିସ୍କୁଟ। ବିଦେଶରେ ନିର୍ମିତ ୨୬୦ ସୁନା ବିସ୍କୁଟକୁ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ଲାଗିଥିଲା ୧୮ ଘଣ୍ଟା।
ସମାନ ଗାଡ଼ି ପୂର୍ବରୁ ସୁନା ଚୋରାଚାଲାଣରେ ବ୍ୟବହାର ହେଉଥିବା ଅଧିକାରୀ ସୂଚନା ଦେଇଛନ୍ତି। ମ୍ୟାନମାର ସୀମାକୁ ଲାଗିଥିବା ମଣିପୁରରେ ପ୍ରବଳ ମାତ୍ରାରେ ସୁନା ଚୋରାଚାଲାଣ କରାଯାଉଛି। ଏପରି କି କୋଭିଡ୍ କାରଣରୁ ଲକ୍ଡାଉନ ସମୟରେ ଗୁଆହାଟି ଜୋନରୁ ୬୭ କେଜି ସୁନା (୩୩ କୋଟି ଟଙ୍କା) ଜବତ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.