ନୂଆଦିଲ୍ଲୀ,୧୯ା୬: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରୁ ଶିବସେନା ଓ ଶିରୋମଣି ଅକାଳୀ ଦଳ ଓହରିଯିବା ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ ପରଲୋକ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। କେତେଜଣ ମନ୍ତ୍ରୀ ଏକାଥରକେ ୩-୪ଟି ଲେଖାଏ ମନ୍ତ୍ରଣାଳୟର ଭାର ସମ୍ଭାଳୁଛନ୍ତି। ତେଣୁ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭା ଭୋଟ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ ଏନ୍ଡିଏର କେତେଜଣ ଅନୁଭବୀ ନେତାଙ୍କୁ ଏହି ପଦରେ ଥଇଥାନ କରାଯାଇପାରେ। କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁଶୀଲ ମୋଦିଙ୍କ ସମେତ କେତେଜଣ ନୂଆମୁହଁଙ୍କୁ ସାମିଲ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। କାରଣ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ କରୋନା କାଳରେ ହଠାତ୍ ଚଳଚଞ୍ଚଳ ହୋଇଉଠିଛି। ମନ୍ତ୍ରୀ ହେବା ପାଇଁ ମାଳ ମାଳ ଆଶାୟୀ ଦିଲ୍ଲୀରେ ଡେରା ପକାଇଛନ୍ତି।
୨୦୧୯ ମେ’ ୩୦ରେ କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଥିଲା। ସେତେବେଳେ ୫୭ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨୪ କ୍ୟାବିନେଟ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଓ ୨୪ ରାଷ୍ଟ୍ରମନ୍ତ୍ରୀ। ପ୍ରଥମ ପାଳି କ୍ୟାବିନେଟଠାରୁ ଏହି ସଂଖ୍ୟା ୧୨ ଅଧିକ ଥିଲା। ବର୍ତ୍ତମାନ କ୍ୟାବିନେଟରେ ୨ ଡଜନରୁ ଊର୍ଦ୍ଧ୍ୱ ପଦବୀ ଖାଲିପଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ ବାଦ୍ଦେଇ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ସେହିପରି ୯ ରାଷ୍ଟ୍ରମନ୍ତ୍ରୀ ଏବଂ ୨୩ ସ୍ବାଧୀନ ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀ ଚାହିଁଲେ ଆଉ ସର୍ବାଧିକ ୨୮ ଜଣଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମନ୍ତ୍ରୀମାନଙ୍କୁ ଡକାଇ ଗୋଷ୍ଠୀଗତ ଭାବେ ସେମାନଙ୍କ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକଗୁଡ଼ିକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ରହୁଛନ୍ତି। ୪ ଦିନ ଭିତରେ ୨ ଥର ବୈଠକ ବସିଛି। କ୍ୟାବିନେଟ ସମ୍ପ୍ରସାରଣ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନ ଥିଲେ ହେଁ ମୋଦି ସରକାରରେ ମନ୍ତ୍ରୀମାନଙ୍କ ସଂଖ୍ୟା ୬୦ରୁ ୭୯କୁ ଉଠିଯାଇପାରେ। ଦୁର୍ବଳ ପ୍ରଦର୍ଶନକାରୀ ମନ୍ତ୍ରୀମାନଙ୍କୁ ବିଦା କରି ନୂଆ ମୁହଁଙ୍କୁ ସାମିଲ କରାଯିବ। ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରର ନେତାମାନଙ୍କୁ କ୍ୟାବିନେଟରେ ଅଧିକ ପ୍ରତିନିଧିତ୍ୱ ମିଳିବ ବୋଲି ଚର୍ଚ୍ଚା
ଚର୍ଚ୍ଚାରେ ସମ୍ଭାବ୍ୟ ଚେହେରା
ମୋଦି କ୍ୟାବିନେଟରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ମଧ୍ୟରୁ ୪ ଥର ଏମ୍ପି ହୋଇଥିବା ତଥା କଂଗ୍ରେସରୁ ଭାଜପାକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେତେଜଣ ବରିଷ୍ଠ ଭାଜପା ନେତାଙ୍କୁ ଭେଟିଛନ୍ତି। ତାଙ୍କୁ ପୁଣି ଥରେ କେନ୍ଦ୍ରମନ୍ତ୍ରୀ କରାଯାଇପାରେ। ତୃଣମୂଳ କଂଗ୍ରେସରୁ ଭାଜପାକୁ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀନେଶ ତ୍ରିବେଦୀ, ରାଜସ୍ଥାନରୁ ରାଜ୍ୟ ସଭାକୁ ଯାଇଥିବା ଭୂପେନ୍ଦର ଯାଦବ ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେହିପରି ପିଲିଭିଟ ଏମ୍ପି ବରୁଣ ଗାନ୍ଧୀ, ଲଦାଖ ଏମ୍ପି ସେରିଙ୍ଗ୍ ନମ୍ଗ୍ୟାଲ୍ ଓ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସମ୍ମାନଜନକ ଭାଗ ମାଗୁଥିବାରୁ ଏହାକୁ ମଧ୍ୟ ଏଥିରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରର ଭାଜପା ଏମ୍ପି ନାରାୟଣ ରାଣେ, ଉଦୟନରାଜେ ଭୋସ୍ଲେ ଓ ପ୍ରୀତମ ମୁଣ୍ଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.