E-Paper
  • logo
  • Sunday 29th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ

କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
11:02 pmJune 23, 2021

ବରଗଡ଼ ଅଫିସ୍‌,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି। ଜାଲିଆତି କରି ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ତୋଷରପାତ କରିଥିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ର କମଳଜିତ ସିଂ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୦୬, ୪୬୭, ୪୬୮, ୪୭୧, ୨୦(ବି) ଆଇପିସି ଏବଂ ଆଇଟି ଆକ୍ଟର ଧାରା ୬୬କ୍ରମେ ଏକ ମାମଲା(ନଂ. ୭/୨୧) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ବରଗଡ଼ ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସମ୍ପର୍କୀୟ ହରପାଲ ସିଂ କେରଳରେ ରହିଥିବା ରେଡ୍‌ଲାଣ୍ଡସ୍‌ ଆସଲିନ୍‌ ମୋଟର୍ସ ନାମକ କୃଷି ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀ ନାମରେ ଜାଲ୍‌ କାଗଜ ପତ୍ର ଓଡ଼ିଶା ରାଜ୍ୟ କୃଷି ବିଭାଗ ନିକଟରେ ଦାଖଲ କରିଥିଲେ। ପରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ରେ କୃଷି ଯନ୍ତ୍ରପାତି ବିକ୍ରିର ରିହାତି ଫାଇଦା ଉଠାଇଥିଲେ। ଏପରିକି ଉପରୋକ୍ତ କମ୍ପାନୀ ଆଦୌ ରାଇସ୍‌ ଟ୍ରାନ୍ସପ୍ଲାଣ୍ଟର ମେଶିନ (କୃଷି ଯନ୍ତ୍ରପାତି) ବିକ୍ରି କରି ନ ଥିଲା। ଅଭିଯୁକ୍ତମାନେ ରାଜ୍ୟ କୃଷି ବିଭାଗକୁ ଜାଲିଆତି ତଥ୍ୟ ଦେଇ ୨୮୧ଟି କୃଷି ଯନ୍ତ୍ରପାତି ବିକ୍ରି କରିଥିବା ଦର୍ଶାଇ ଡିବିଟି ମାଧ୍ୟମରେ ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ଉଠାଇ ନେଇ ଠକେଇ କରିଥିଲେ।
ସେଭଳି ଠକେଇ ତଥା ଜାଲିଆତି ନେଇ ଉପରୋକ୍ତ କମ୍ପାନୀ ସୂଚନା ପାଇବା ପରେ କମ୍ପାନୀର ମ୍ୟାନେଜର(ଜନସମ୍ପର୍କ) ରିଗିନ ବେନେଟ୍‌ କ୍ରାଇମବ୍ରାଞ୍ଚ ଅପରାଧ ଶାଖା, ଭୁବନେଶ୍ୱରରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ View All

ଓ୍ବେବ୍‌ସାଇଟରେ ପ୍ରଭାବ ଏବଂ ପଇସା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ...

ଟିକା ନେଇନାହାନ୍ତି ୧,୯୭,୨୧୭ କୋଭିଡ୍‌ ଯୋଦ୍ଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଟିକା ନେଇନାହାନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍‌ ଯୋଦ୍ଧା। ନାମ ପଞ୍ଜୀକରଣ କରି ମଧ୍ୟ ୧,୯୭,୨୧୭ ଜଣ କୋଭିଡ୍‌ ଯୋଦ୍ଧା ଟିକା ନେଇନାହାନ୍ତି।...

୨୭ ଯାଏ ବର୍ଷା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...

ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...

ଓଡ଼ିଶାର ଐତିହ୍ୟକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ: ସୁର

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ‘ଐତିହ୍ୟ ଘୋଡ଼ା’ ମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର ନେଇ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି।...

୧୪ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍‌ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ
Next Post Next post:
ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts