ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି। ଜାଲିଆତି କରି ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ତୋଷରପାତ କରିଥିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବରଗଡ଼ର କମଳଜିତ ସିଂ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୦୬, ୪୬୭, ୪୬୮, ୪୭୧, ୨୦(ବି) ଆଇପିସି ଏବଂ ଆଇଟି ଆକ୍ଟର ଧାରା ୬୬କ୍ରମେ ଏକ ମାମଲା(ନଂ. ୭/୨୧) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ବରଗଡ଼ ଏସ୍ଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବରଗଡ଼ ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପ୍ରକାଶ ଯେ, ଗିରଫ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସମ୍ପର୍କୀୟ ହରପାଲ ସିଂ କେରଳରେ ରହିଥିବା ରେଡ୍ଲାଣ୍ଡସ୍ ଆସଲିନ୍ ମୋଟର୍ସ ନାମକ କୃଷି ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀ ନାମରେ ଜାଲ୍ କାଗଜ ପତ୍ର ଓଡ଼ିଶା ରାଜ୍ୟ କୃଷି ବିଭାଗ ନିକଟରେ ଦାଖଲ କରିଥିଲେ। ପରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି)ରେ କୃଷି ଯନ୍ତ୍ରପାତି ବିକ୍ରିର ରିହାତି ଫାଇଦା ଉଠାଇଥିଲେ। ଏପରିକି ଉପରୋକ୍ତ କମ୍ପାନୀ ଆଦୌ ରାଇସ୍ ଟ୍ରାନ୍ସପ୍ଲାଣ୍ଟର ମେଶିନ (କୃଷି ଯନ୍ତ୍ରପାତି) ବିକ୍ରି କରି ନ ଥିଲା। ଅଭିଯୁକ୍ତମାନେ ରାଜ୍ୟ କୃଷି ବିଭାଗକୁ ଜାଲିଆତି ତଥ୍ୟ ଦେଇ ୨୮୧ଟି କୃଷି ଯନ୍ତ୍ରପାତି ବିକ୍ରି କରିଥିବା ଦର୍ଶାଇ ଡିବିଟି ମାଧ୍ୟମରେ ସାଢ଼େ ୩ କୋଟି ଟଙ୍କାର ସରକାରୀ ରିହାତି ଉଠାଇ ନେଇ ଠକେଇ କରିଥିଲେ।
ସେଭଳି ଠକେଇ ତଥା ଜାଲିଆତି ନେଇ ଉପରୋକ୍ତ କମ୍ପାନୀ ସୂଚନା ପାଇବା ପରେ କମ୍ପାନୀର ମ୍ୟାନେଜର(ଜନସମ୍ପର୍କ) ରିଗିନ ବେନେଟ୍ କ୍ରାଇମବ୍ରାଞ୍ଚ ଅପରାଧ ଶାଖା, ଭୁବନେଶ୍ୱରରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.