କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗିରଫ କରିଛି। ଆଇପିସି ଦଫା ୨୭୫,୨୭୬,୪୨୦,୪୬୭,୪୭୧,୧୨୦/୩୪ରେ ମାମଲା(ନଂ. ୨୨/୨୧) ରୁଜୁ କରାଯାଇ ୩ଜଣଙ୍କୁ ଏସ୍‌ଟିଏଫ୍‌ କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାକୁ ଜବତ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା ବୁଧବାର ସୂଚନା ଦେଇଛନ୍ତି।
ଜେଠଓ୍ବାଙ୍କ ସୂଚନା ଅନୁସାରେ, ମୁମ୍ବାଇର ମାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀ ହିମାଚଳ ପ୍ରଦେଶ ସୋଲାନ୍‌ରେ ଓଷଧ ପ୍ରସ୍ତୁତି କରୁଥିବା ଦର୍ଶାଇ ନକଲି ଓଷଧ ଯୋଗାଣ କରୁଥିଲା। ଏହି କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସ ପୂର୍ବରୁ ଗିରଫ କରିସାରିଛି। ଏମାନଙ୍କ ନାମରେ ଅନ୍ୟ ରାଜ୍ୟରେ ମଧ୍ୟ ମାମଲା ରୁଜୁ ହୋଇଛି। ଉକ୍ତ କମ୍ପାନୀରୁ କଟକର ମେଡିଲଏଡ୍‌ ମେଡିକାମେଣ୍ଟ କମ୍ପାନୀ ଓଷଧ ବହୁ କମ୍‌ ଦାମରେ ଓଷଧ ଆମଦାନୀ କରୁଥିଲା। ଏପରିକି ଷ୍ଟ୍ରିପ୍‌ ପିଛା ୬୫ଟଙ୍କାରେ କିଣି ୧,୨୯୦ଟଙ୍କାରେ ବିକ୍ରି କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ତଦନ୍ତକୁ ଜୋରଦାର କରିବାପାଇଁ ଏକାଧିକ ଟିମ୍‌ ଗଠନ କରାଯାଇଛି। ସେମାନେ ମୁମ୍ବାଇ ଓ କଟକ ଓଷଧ କମ୍ପାନୀର ଲିଙ୍କ୍‌ରେ ବିଭିନ୍ନ ଜାଗାରେ ରେଡ୍‌ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। ଏବେ ଏସ୍‌ଟିଏଫ୍‌ର ୩ଟି ଟିମ୍‌ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତ ଚାଲୁ ରଖିଛି ବୋଲି ଜେଠଓ୍ବା କହିଛନ୍ତି। ଅନ୍ୟପଟେ, ନକଲି ଔଷଧ ବିକ୍ରିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମେଡିଲଏଡ ମେଡିକାମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନା ଏବେ ଫେରାର ଅଛନ୍ତି। ଗିରଫଦାରିକୁ ଏଡ଼ାଇ ପାଇଁ ସେ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୧ରେ ସ୍ଥାନୀୟ କନିକା ଛକ ନିକଟରେ ଥିବା ଶିବଙ୍କ ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଫାଭିପିରାଭିର ଓ ଅନ୍ୟ କିଛି ଔଷଧ ଜବତ କରାଯାଇଥିଲା। ମାକ୍ସ ରିଲିଫ୍‌ ହେଲ୍‌ଥ କେୟାର ସଂସ୍ଥାରୁ ଖୁବ ଶସ୍ତାରେ ଏଠାକୁ ନକଲି ଔଷଧ ଆସୁଥିଲା। ଏଠାରୁ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ ଔଷଧ ଦୋକାନକୁ ପଠାଯାଉଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ରାଉରକେଲା, ବାରିପଦା, ଝାରସୁଗୁଡ଼ା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ନକଲି ଔଷଧ ଜବତ କରାଯାଇଛି। ଗତ ୧୪ରେ ରାଜ୍ୟ ସରକାର ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.