ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଏହି ଘଟଣା ୟୁରୋ ୨୦୨୦ ମ୍ୟାଚ୍ ପୂର୍ବରୁ ହୋଇଥିଲା। ହଙ୍ଗେରୀ ସହିତ ପର୍ତ୍ତୁଗାଲର ମ୍ୟାଚ୍ ପୂର୍ବରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ରୋନାଲ୍ଡୋ ଅଜାଣତରେ ଟେବୁଲ ଉପରେ ପ୍ରଚାର ଉଦ୍ଦେଶ୍ୟରେ ରଖାଯାଇଥିବା ଦୁଇଟି କୋକା କୋଲା ବୋତଲକୁ ହଟାଇ ଦେଇଥିଲେ। ଏହା ସହିତ ସେ କହିଥିଲେ କୋଲ୍ଡ ଡ୍ରିଙ୍କସ୍ ନୁହେଁ ଆମର ଅଭ୍ୟାସ ପାଣି ପିଇବା ହେବା ଆବଶ୍ୟକ ବୋଲି କହି ଟେବୁଲରେ ଥିବା ପାଣି ବୋତଲକୁ ଅଙ୍ଗୁଳି ସୂଚିତ କରିଥିଲେ। ରୋନାଲ୍ଡୋଙ୍କ ଏଭଳି ପରାମର୍ଶ ଯୋଗୁ କୋକା କୋଲା କମ୍ପାନୀ ବଡ଼ କ୍ଷତି ହୋଇଥିଲା। ୟୁରୋ ୨୦୨୦ ମ୍ୟାଚ୍ର ପ୍ରୋତ୍ସାହକ ଭାବେ କୋକା କୋଲା ଚୁକ୍ତିବଦ୍ଧ ଥିଲା। ଅଜାଣତରେ ରୋନାଲ୍ଡୋଙ୍କ ଏଭଳି କାମ ଯୋଗୁ କୋକା କୋଲାର ଶେୟାର ହ୍ରାସ ପାଇଥିଲା। ପରେ ଏହାର ୨୦ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.