ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍) ସୋମବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ମୋଟ ୨୬,୧୭୬ ଜଣ ସେମାନଙ୍କ ମା’ ବାପାଙ୍କୁ ହରାଇଥିବାବେଳେ ୩,୬୨୧ ଜଣଙ୍କ କେହି ନାହାନ୍ତି। ସେହିପରି ୨୭୪ ଜଣଙ୍କୁ ପରିତ୍ୟକ୍ତ କରାଯାଇଛି। ୨୦୨୦ ଏପ୍ରିଲ ୧ରୁ ୨୦୨୧ ଜୁନ୍ ୫ ପର୍ଯ୍ୟନ୍ତ ମହାମାରୀ ସମୟରେ କେତେଜଣ ଶିଶୁ ସେମାନଙ୍କ ମା’, ବାପା କିମ୍ବା ଉଭୟଙ୍କୁ କୋଭିଡ୍ ଓ ଅଣକୋଭିଡ୍ ଜନିତ ରୋଗରେ ହରାଇଛନ୍ତି ସେ ନେଇ ରାଜ୍ୟଗୁଡ଼ିକ ‘ବାଲ୍ ସ୍ବରାଜ’ ପୋର୍ଟାଲରେ ତଥ୍ୟ ଅପ୍ଲୋଡ୍ କରିଥିଲେ। ମହାରାଷ୍ଟ୍ରରେ ସର୍ବାଧିକ ୭,୦୮୪ ଜଣ ଅନାଥ, ପରିତ୍ୟକ୍ତ ତଥା ମା’ ବାପାଙ୍କୁ ହରାଇଥିବା କମିଶନ କହିଛନ୍ତି। ଏହାପରେ ଉତ୍ତରପ୍ରଦେଶରେ ୩,୧୭୨, ରାଜସ୍ଥାନରେ ୨,୪୮୨, ହରିୟାଣାରେ ୨,୪୩୮, ମଧ୍ୟପ୍ରଦେଶରେ ୨,୨୪୩, ଆନ୍ଧ୍ରପ୍ରଦେଶରେ ୨,୦୮୯, କେରଳରେ ୨,୦୦୨, ବିହାରରେ ୧,୬୩୪ ଏବଂ ଓଡ଼ିଶାରେ ୧,୦୭୩ ଜଣ ଏପରି ଶିଶୁ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୫,୬୨୦ ଜଣ ପୁଅ, ୧୪,୪୪୭ ଜଣ ଝିଅ ଏବଂ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.