ଭୋଟର ତାଲିକାରୁ ୩୪ ବାଦ୍‌

ଜଗତ୍‌ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍‌ ଅଫ୍‌ ଫଟୋ ଇଲେକ୍ଟୋରାଲ ରୋଲ୍‌ ୨୦୨୧ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ଦୁଃଖର କଥା, ଅନେକ ବ୍ୟକ୍ତି ନାମ ପଞ୍ଜୀକରଣ ପାଇଁ ଆବେଦନ କରୁଥିଲେ ସୁଦ୍ଧା ସେମାନଙ୍କୁ ନିରାଶ କରାଯାଉଛି। ଗୁରୁବାର ଅନଲାଇନ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସରେ ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ତିର୍ତ୍ତୋଲ ବ୍ଲକର ଦେବୀଦତ୍ତ ନାୟକ, ଦୀପ୍ତିରଞ୍ଜନ ଦାଶ, ପ୍ରୀତି ଦାସ, ପ୍ରୀତିଶ ଦାସ, ଗଣେଶ କୁମାର ରାଉତ, କରିସ୍ମା ରାଉତ ଓ ସାଗରିକା ଖୁଣ୍ଟିଆଙ୍କ ସମେତ ଏକାଧିକ ଲୋକ। ସେମାନେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି, ଗୋପାଳପୁର ପଞ୍ଚାୟତର ବୁଥ ସଂଖ୍ୟା ନଂ.୨୨୯ର ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଏଲ୍‌ଓ ଅଞ୍ଜନା ସ୍ବାଇଁଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଫର୍ମ ନଂ.୬ ପୂରଣ କରି ଆବେଦନ କରିଥିଲେ। ପ୍ରମାଣ ସ୍ବରୂପ ରସିଦ ମଧ୍ୟ ନେଇଥିଲେ। କିନ୍ତୁ ୧୫ା୧ା୨୧ରେ ଜାଣିବାକୁ ପାଇଲେ ସେମାନଙ୍କ ନାମ ଭୋଟର ତାଲିକାରେ ନାହିଁ । ତେଣୁ ସେମାନେ ତିର୍ତ୍ତୋଲ ବ୍ଲକର ଜିପିଇଓ ତଥା ଅତିରିକ୍ତ ଇଲେକ୍ଟୋରାଲ ଅଫିସରଙ୍କୁ ଭେଟି ଏସବୁ ବିଷୟରେ ଜଣାଇଥିଲ। ଏସବୁ ଆବେଦନ ପତ୍ର ଉପଜିଲାପାଳ ତଥା ଜିଲା ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ୍‌ ଅଫିସରଙ୍କୁ ପ୍ରେରଣ କରାଯାଇଥିବା ଜିପିଇଓ କହିଥିଲେ। ତାପରେ ସେମାନେ ଜଗତ୍‌ସିଂହପୁର ଉପଜିଲାପାଳଙ୍କୁ ଭେଟିଥିଲେ। ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ୧୫ ଦିନ ପରେ ପୁନର୍ବାର ଉପଜିଲାପାଳଙ୍କୁ ସାକ୍ଷାତ୍‌ କରିବାରୁ ସେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଡାକି ଦରଖାସ୍ତ ଫର୍ମ କୁଆଡେ ଗଲା ଖୋଜି ବାହାର କରିବାକୁ କହିଥିଲେ । କିନ୍ତୁ ଦରଖାସ୍ତ ଫର୍ମ ମିଳୁନାହିଁ, ବ୍ଲକରୁ ବୋଧେ ଆସି ନ ଥିବା ଡାଟା ଏଣ୍ଟ୍ରି ଅପରେଟର କହିଥିଲେ। ତାପରେ ସତ୍ୟାସତ୍ୟ ଜାଣିବା ପାଇଁ ଆବେଦନକାରୀମାନେ ସୂଚନା ଅଧିକାର ଆଇନ ବଳରେ ଜିପିଇଓଙ୍କ ନିକଟରେ ଦରଖାସ୍ତ କରିଥିଲେ। ଏଥିରେ ଉପଜିଲାପାଳ ତଥା ଡିଇଆର୍‌ଓଙ୍କୁ ପ୍ରେରଣ କରାଯାଇଥିବା ଆବ୍‌ଷ୍ଟ୍ରାକ୍ଟ ରିପୋର୍ଟର ତଥ୍ୟ ମାଗିଥିଲେ। ତଥ୍ୟ ମିଳିଥିଲା। ଏଥିରୁ ଜଣାଯାଇଥିଲା ଯେ, ବୁଥ୍‌ ସଂଖ୍ୟା ୨୨୯ରେ ସମୁଦାୟ ୬୪ ଜଣ ଫର୍ମ ନଂ.୬ରେ ଆବେଦନ କରିଥିଲେ। ଏହାକୁ ଜିପିଇଓ ଉପଜିଲାପାଳଙ୍କୁ ପ୍ରେରଣ କରିଥିଲେ। ୧୫ା୧ା୨୧ରେ ପ୍ରକାଶନ ଯୋଗେ ତାଲିକାରେ ୩୩ ଜଣଙ୍କ ନାମ ପ୍ରକାଶ ପାଇଥିଲା। ସେଥିରୁ ୩୦ ଜଣ ଫର୍ମ ଦାଖଲ କରି ଓ ୩ ଜଣ ଅନଲାଇନ୍‌ରେ ଆବେଦନ କରିଥିଲେ। ଅବଶିଷ୍ଟ ୩୪ ଜଣଙ୍କ ନାମ ତାଲିକାରୁ ବାଦ୍‌ ପଡିଛି। ଗୋଟିଏ ଆବ୍‌ଷ୍ଟ୍ରାକ୍ଟରେ ଯାଇଥିବା ନାମ ମଧ୍ୟରୁ ଏତେ ଜଣଙ୍କ ନାମ କିପରି ବାଦ ପଡିଲା ତାହା ଆବେଦନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଉପଜିଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଟିଯାଇଥିବା ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ଦାବି ହୋଇଛି।
ଏ ସମ୍ପର୍କରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ତାଙ୍କ ଉପରେ କୌଣସି ରାଜନୈତିକ ପ୍ରଭାବ ନାହିଁ। ଏଭଳି ଅଭିଯୋଗ ଅମୂଳକ। କୌଣସି ସ୍ଥାନରେ ତ୍ରୁଟି ଥାଇପାରେ। ଏଥିଯୋଗୁ ୩୪ ଜଣଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ। ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ମଲ୍ଲିକ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.