ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍ରେ ଥିବା କେରଳର ୪ ମହିଳା ଇସଲାମିକ୍ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ ଅଛନ୍ତି। ସେମାନଙ୍କୁ ଭାରତ ଫେରିବାକୁ ଅନୁମତି ଦିଆଯିବ ନାହିଁ। ମହିଳା ଆତଙ୍କବାଦୀମାନେ ସେମାନଙ୍କ ସ୍ବାମୀମାନଙ୍କ ସହିତ ଆଇଏସ୍ରେ ଯୋଗଦେବା ପାଇଁ ଆଫଗାନିସ୍ତାନର ଖୁରାସାନ୍ ପ୍ରଦେଶରେ ପହଞ୍ଚିଥିଲେ। ୨୦୧୬-୧୮ ମଧ୍ୟରେ ସେମାନେ ନଙ୍ଗଗରହାରରେ ପହଞ୍ଚିଥିଲେ। ସେମାନଙ୍କ ସ୍ବାମୀମାନଙ୍କର ଭିନ୍ନ ଭିନ୍ନ ଆକ୍ରମଣ ଘଟଣାରେ ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଇଏସ୍ରେ ଥିବା ବହୁ ମହିଳା ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟର ପ୍ରମୁଖ ଅହମ୍ମଦ ଜିଆ ସରଜ୍ କହିଛନ୍ତି ଯେ, ସମ୍ପ୍ରତି ଦେଶର ବିଭିନ୍ନ ଜେଲ୍ରେ ୧୩ ଟି ଦେଶର ୪୦୮ ଜଣ ମହିଳା ଆଇଏସ୍ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ୪ ଜଣ, ଚାଇନାର ୧୬ , ପାକିସ୍ତାନର ୨୯୯, ବାଂଲାଦେଶର ୨, ମାଳଦ୍ୱୀପର ୨ ଜଣ ଏବଂ ଅନ୍ୟ ଦେଶର ମହିଳା ରହିଛନ୍ତି। ଆଫଗାନିସ୍ତାନ ସରକାର ଏସବୁ ମହିଳା ଆତଙ୍କବାଦୀଙ୍କୁ ସ୍ବଦେଶକୁ ଫେରାଇ ନେବାକୁ ୧୩ଟି ଦେଶ ସହିତ ଆଲୋଚନା କରୁଥିବା ଜିଆ ସରଜ୍ କହିଛନ୍ତି। ତେବେ ଏଜେନ୍ସି ମଧ୍ୟରେ କୌଣସି ସହମତି ପ୍ରକାଶ ପାଇ ପାରୁ ନ ଥିବାରୁ ଭାରତକୁ ଫେରିବା ଲାଗି ଏହି ମହିଳାବାଦୀଙ୍କ ବାଟ ସହଜ ହେଉ ନାହିଁ। ନିଜ ନିଜ ସନ୍ତାନଙ୍କ ସହିତ ଜେଲ୍ରେ ବନ୍ଦ ଥିବା ଏହି ମହିଳା ଆତଙ୍କବାଦୀଙ୍କୁ ୨୦୧୯ ଡିସେମ୍ବରରେ ଭାରତୀୟ ସୁରକ୍ଷା ଏକେନ୍ସି ଅଧିକାରୀ କାବୁଲଠାରେ ସାକ୍ଷାତ୍ କରିଥିଲେ। ୨୦୨୦ ମାର୍ଚ୍ଚରେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ସାକ୍ଷାତ୍କାରର ଭିଡ଼ିଓ ଷ୍ଟ୍ରାଟ୍ନ୍ୟୁଜ୍ଗ୍ଲୋବାଲ ଡଟ୍ କମ୍ରେ ଅପଲୋଡ୍ ହୋଇଥିଲା। ସମ୍ପୃକ୍ତ ମହିଳା ଆତଙ୍କବାଦୀଙ୍କୁ ସୋନିଆ ସେବେଷ୍ଟିୟନ୍ ଓରଫ୍ ଆୟଶା, ରଫିଲ୍, ମେରିନ୍ ଜ୍ୟାକବ୍ ଓରଫ୍ ମରିୟମ୍ ଏବଂ ନିମିଶା ଓରଫ୍ ଫାତିମା ଈସା ଭାବେ ଚିହ୍ନଟ କରାଯାଇଥିଲା।
ଭାଜପା ଏମ୍ପି, ବିଧାୟକଙ୍କ ଘର ଆଗରେ ବସିବେ ଚାଷୀ
ଗାଜିଆବାଦ,୪।୬: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ଭାଜପା ଏମ୍ପି ଏବଂ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ...
ସ୍ଫୁଟନିକ୍ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍ ଇନ୍ଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ...
ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା
ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...
୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…
ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର...
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ...
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା
ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...
ପଞ୍ଜାବ, ହରିୟାଣାରେ ପ୍ରବଳ ବର୍ଷା: ନେଲାଣି ୫ ଜୀବନ
ଚଣ୍ଡିଗଡ଼,୧୧।୬: ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ପଞ୍ଜାବର ପଟିଆଲା ଜିଲାରେ ଗୋଟିଏ ପରିବାରର ୪ ଜଣ ଏବଂ...
ନକଲି ଭାକ୍ସିନ୍ ନେଇ ଟିଏମ୍ସି ଏମ୍ପି ଅସୁସ୍ଥ…
କୋଲକାତା,୨୬।୬: ନକଲି ଭାକ୍ସିନ୍ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ...


