Categories: ଜାତୀୟ

ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍‌ରେ ଥିବା କେରଳର ୪ ମହିଳା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ ଅଛନ୍ତି। ସେମାନଙ୍କୁ ଭାରତ ଫେରିବାକୁ ଅନୁମତି ଦିଆଯିବ ନାହିଁ। ମହିଳା ଆତଙ୍କବାଦୀମାନେ ସେମାନଙ୍କ ସ୍ବାମୀମାନଙ୍କ ସହିତ ଆଇଏସ୍‌ରେ ଯୋଗଦେବା ପାଇଁ ଆଫଗାନିସ୍ତାନର ଖୁରାସାନ୍‌ ପ୍ରଦେଶରେ ପହଞ୍ଚିଥିଲେ। ୨୦୧୬-୧୮ ମଧ୍ୟରେ ସେମାନେ ନଙ୍ଗଗରହାରରେ ପହଞ୍ଚିଥିଲେ। ସେମାନଙ୍କ ସ୍ବାମୀମାନଙ୍କର ଭିନ୍ନ ଭିନ୍ନ ଆକ୍ରମଣ ଘଟଣାରେ ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଇଏସ୍‌ରେ ଥିବା ବହୁ ମହିଳା ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟର ପ୍ରମୁଖ ଅହମ୍ମଦ ଜିଆ ସରଜ୍‌ କହିଛନ୍ତି ଯେ, ସମ୍ପ୍ରତି ଦେଶର ବିଭିନ୍ନ ଜେଲ୍‌ରେ ୧୩ ଟି ଦେଶର ୪୦୮ ଜଣ ମହିଳା ଆଇଏସ୍‌ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ୪ ଜଣ, ଚାଇନାର ୧୬ , ପାକିସ୍ତାନର ୨୯୯, ବାଂଲାଦେଶର ୨, ମାଳଦ୍ୱୀପର ୨ ଜଣ ଏବଂ ଅନ୍ୟ ଦେଶର ମହିଳା ରହିଛନ୍ତି। ଆଫଗାନିସ୍ତାନ ସରକାର ଏସବୁ ମହିଳା ଆତଙ୍କବାଦୀଙ୍କୁ ସ୍ବଦେଶକୁ ଫେରାଇ ନେବାକୁ ୧୩ଟି ଦେଶ ସହିତ ଆଲୋଚନା କରୁଥିବା ଜିଆ ସରଜ୍‌ କହିଛନ୍ତି। ତେବେ ଏଜେନ୍ସି ମଧ୍ୟରେ କୌଣସି ସହମତି ପ୍ରକାଶ ପାଇ ପାରୁ ନ ଥିବାରୁ ଭାରତକୁ ଫେରିବା ଲାଗି ଏହି ମହିଳାବାଦୀଙ୍କ ବାଟ ସହଜ ହେଉ ନାହିଁ। ନିଜ ନିଜ ସନ୍ତାନଙ୍କ ସହିତ ଜେଲ୍‌ରେ ବନ୍ଦ ଥିବା ଏହି ମହିଳା ଆତଙ୍କବାଦୀଙ୍କୁ ୨୦୧୯ ଡିସେମ୍ବରରେ ଭାରତୀୟ ସୁରକ୍ଷା ଏକେନ୍ସି ଅଧିକାରୀ କାବୁଲଠାରେ ସାକ୍ଷାତ୍‌ କରିଥିଲେ। ୨୦୨୦ ମାର୍ଚ୍ଚରେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ସାକ୍ଷାତ୍‌କାରର ଭିଡ଼ିଓ ଷ୍ଟ୍ରାଟ୍‌ନ୍ୟୁଜ୍‌ଗ୍ଲୋବାଲ ଡଟ୍‌ କମ୍‌ରେ ଅପଲୋଡ୍‌ ହୋଇଥିଲା। ସମ୍ପୃକ୍ତ ମହିଳା ଆତଙ୍କବାଦୀଙ୍କୁ ସୋନିଆ ସେବେଷ୍ଟିୟନ୍‌ ଓରଫ୍‌ ଆୟଶା, ରଫିଲ୍‌, ମେରିନ୍‌ ଜ୍ୟାକବ୍‌ ଓରଫ୍‌ ମରିୟମ୍‌ ଏବଂ ନିମିଶା ଓରଫ୍‌ ଫାତିମା ଈସା ଭାବେ ଚିହ୍ନଟ କରାଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.