୪ବର୍ଷର ପ୍ରତିଭା ସାଇସାଗର

ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍‌.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ ପୁଅ ସାଇସାଗର। ବୟସ ୪ବର୍ଷ। ଗଁା ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା ସାଇ ସାଗରଙ୍କ ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ସେ ଏକ ସମୟରେ ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଣିରେ ପହଁରୁଛନ୍ତି। ଏମିତି କି ନଈରେ ପହଁରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ଏଥିସହ ସେ ସୁନ୍ଦର ଭାବେ ସାଇକେଲ ଚଳାଉଛନ୍ତି। ତାଙ୍କ ନଁା ଯେମିତି କାର୍ଯ୍ୟ ମଧ୍ୟ ସେହିଭଳି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଜିଲା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଗନ୍ତାଘର ପାଲଟିଥିବା ବେଳେ ସାଇସାଗରଙ୍କ ଏଭଳି ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପାଣିରେ ପହଁରିବା ସହ ନଦୀ ପାର ହେବା ପାଇଁ ନିଜ ଉଦ୍ୟମରେ ସାଙ୍ଗଙ୍କ ସହ ପ୍ରଶିକ୍ଷଣ ନେଉଛନ୍ତି। ଏନେଇ ସାଇସାଗର କୁହନ୍ତି, ବାପା, ବଡବାପା ଏବଂ ସମ୍ପର୍କୀୟଙ୍କ ସହିତ ପୋଖରୀରେ ଗାଧୋଇବାରେ ଆନନ୍ଦ ମିଳେ। ଏକ ବର୍ଷ ହେବ ସେମାନଙ୍କ ସହିତ ପୋଖରୀରେ ପହଁରିବା ଆରମ୍ଭ କରିଥିଲି। ପ୍ରଥମେ ଭୟ ଲାଗିଥିଲା। ଏବେ ସେମାନଙ୍କ ପ୍ରେରଣାରେ ବହୁ କିଛି ଶିକ୍ଷା ଲାଭ କରିଛି। ଆଗକୁ ପାଠପଢ଼ାକୁ ଗୁରୁତ୍ୱ ଦେବା ସହ ଭବିଷ୍ୟତରେ ଅଗ୍ନିଶମ ବିଭାଗରେ ଯୋଗଦେଇ ଲୋକଙ୍କ ସେବା କରିବାକୁ ଆଶା ରଖିଥିବା ସେ କହିଛନ୍ତି। ତାଙ୍କର ଏହି ସାହସିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଆଗକୁ ସେ ବହୁ ପ୍ରତିଭାର ଅଧିକାରୀ ହୋଇପାରିବେ ବୋଲି କହିଛନ୍ତି। ସୂଚନାଥାଉ କି, ୨୦୧୯ରେ ଏହି ଗ୍ରାମର ଦିବ୍ୟାଙ୍ଗ ନାବାଳକ ଜଗନ୍ନାଥ ମହାପାତ୍ର ଓରଫ ଜଗା ପାଇକ ଆଖଡ଼ା ଖେଳି ଜିଲାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ସାଇସାଗରଙ୍କୁ ଉପଯୁକ୍ତ ସନ୍ତରଣ ତାଲିମ ପ୍ରଦାନ କରାଗଲେ ସେ ରାଜ୍ୟ ଓ ଗଁା ପାଇଁ ଗୌରବ ଆଣିବେ ବୋଲି ଗ୍ରାମବାସୀ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.