ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୫୬,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୪୭୫ଜଣ ଚିହ୍ନଟ ହୋଇଥିବା ବେଳେ ୧୮୬୪ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୦ ଏବଂ ବାଲେଶ୍ୱରରୁ ୨୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୨୨୬, ବରଗଡ଼ ୬୮, ଭଦ୍ରକ ୨୦୯, ବଲାଙ୍ଗୀର ୫୩, ବୌଦ୍ଧ ୫୪, ଦେବଗଡ଼ ୨୬, ଢେଙ୍କାନାଳ ୧୪୪, ଗଜପତି ୩୬ ଗଞ୍ଜାମ ୨୯, ଜଗତସିଂହପୁର ୧୪୩, ଯାଜପୁର ୨୦୭, ଝାରସୁଗୁଡ଼ା ୧୩, କଳାହାଣ୍ଡି ୬୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୮୧, କେନ୍ଦୁଝର ୯୨, କୋରାପୁଟ ୬୫, ମାଲକାନଗିରି ୫୦, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୭୮, ନୟାଗଡ଼ ୧୪୯, ନୂଆପଡ଼ା ୧୪, ପୁରୀ ୨୫୫, ରାୟଗଡ଼ା ୬୪, ସମ୍ବଲପୁରରୁ ୫୪, ସୋନପୁର ୮୪ ଏବଂ ସୁନ୍ଦରଗଡ଼ରୁ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୧୦୯।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୫୬,୧୨୧ରେ ପହଞ୍ଚିଥିବା ବେଳେ ୭,୯୬,୭୯୯ଜଣ ସୁସ୍ଥ ହୋଇଛନ୍ତି। ୫୫,୯୨୩ ଜଣ ଚିକିିତ୍ସିତ ହେଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.