ଭୁବନେଶ୍ୱର,୨୩ା୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରୁ ରାଜ୍ୟ ସରକାର ଋଣ ଭାର କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଏମରଜେନ୍ସି କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ସ୍କିମ୍ ଜରିଆରେ ରାଜ୍ୟ ସରକାର ମହିଳା ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ ୫ ପ୍ରତିଶତ ଏବଂ ପୁରୁଷ ଉଦ୍ୟୋଗୀଙ୍କ ପାଇଁ ୨ ପ୍ରତିଶତ ଋଣ ଉପରୁ ସୁଧ ଛାଡ଼ କରିବେ। ନିର୍ଦ୍ଧାରିତ ସମୟରେ ଋଣ ପଇଠ କଲେ ଏହି ସୁବିଧା ମିଳିପାରିବ। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଏହି ସୁବିଧା ପ୍ରଦାନ କରାଯିବ। ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ଚଳିତ ଆର୍ଥିକ ବର୍ଷ ପାଇଁ ମଧ୍ୟ ବୃଦ୍ଧି କରାଯିବା ନେଇ ଗାଇଡ୍ଲାଇନରେ ଉଲ୍ଲେଖ କରାଯାଇଛି। ଯେଉଁ ଏମ୍ଏସ୍ଏମ୍ଇଗୁଡ଼ିକ ନିଜର ଉତ୍ପାଦନ ଜାରି ରଖିଥିବେ ସେମାନଙ୍କୁ ଏହାର ଫାଇଦା ମିଳିପାରିବ। ଏହାଛଡ଼ା କରୋନା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ବିଦ୍ୟୁତ୍ଜନିତ ସମସ୍ୟା କିମ୍ବା ଶ୍ରମିକ ସମସ୍ୟା ଯୋଗୁ ଯଦି ବନ୍ଦ ହୋଇଥିବ ତେବେ ସେଭଳି ଏମ୍ଏସ୍ଏମ୍ଇଗୁଡ଼ିକୁ ମଧ୍ୟ ଏହି ସୁବିଧା ମିଳିପାରିବ।
ଚାକିରି ଆଳରେ ଠକେଇ ର଼୍ୟାକେଟ ସକ୍ରିୟ
ଭୁବନେଶ୍ୱର,୨୦।୬(ବ୍ୟୁରୋ): କରୋନା କାଳରେ ଆଉଏକ କାଳ ସାଜିଛି ଠକେଇ। ପାଦେ ପାଦେ ସତର୍କ ନ ରହିଲେ ଠକଙ୍କ ଫାଶରେ ପଡ଼ିବା ନିଶ୍ଚିତ। ଅନେକେ ଚାକିରି ଓ...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...
ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ...
ମହାକାଶ ଯିବ ଓଡ଼ିଆ ଛାତ୍ରଙ୍କ ପ୍ରକଳ୍ପ
ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍ଆର୍-୭ ରକେଟ୍ ଉତ୍କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ...
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...


