ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର ନମୁନା ସଂଗ୍ରହ ଶେଷ ହୋଇଛି। ୩ ଦିନରେ ଜିଲାରୁ ୫୦୦ ରକ୍ତ ନମୁନା ସଂଗ୍ରହ ହୋଇଛି। ଜିଲାର ୧୦ କ୍ଲଷ୍ଟର ସମେତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏହି ରକ୍ତ ନମୁନା ସଂଗ୍ରହ ହୋଇଛି।
ସୂଚନାଯୋଗ୍ୟ, କେତେଜଣଙ୍କ ଶରୀରରେ କରୋନା ଆଣ୍ଟିବଡି ତଥା ଇମୁନୋଗ୍ଲୋବିନ୍-ଜି ଓ ଇମୁନୋଗ୍ଲୋବିନ୍-ଏମ୍ର ପରିମାଣ କେତେ ରହିଛି ତାହା ଜାଣିବା ନିମନ୍ତେ ଶିଶୁ, ବୟସ୍କ ଏବଂ ୨ଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ। ଏଥିନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏମ୍ଆର୍-ଆର୍ଏମ୍ଆର୍ସି ପକ୍ଷରୁ ୩ ଦିନ ନମୁନା ସଂଗ୍ରହ କରାଯାଇଥିଲା। ଏହି ନମୁନା ପୁନେସ୍ଥିତ ଆଇସିଏମ୍ଆର୍ରେ ପରୀକ୍ଷା କରାଯିବ। ବୈଜ୍ଞାନିକ ଡା. ଅଞ୍ଜନ ବିଶୋୟୀ ୧୧ ଜଣିଆ ଟିମ୍ ଶନିବାର ରାୟଗଡ଼ା ଜିଲାର ଶେଷଖାଲର ରାଣାଗୁଡ଼ା, ରାୟଗଡ଼ା ପୌରାଞ୍ଚଳ ୧୦ ନଂ ଓ୍ବାର୍ଡ, ପଦ୍ମପୁର ବ୍ଲକ୍ର ଜାତିଲି ଗ୍ରାମ ଏବଂ ଗୁଣପୁର ବ୍ଲକ୍ ମରମା ପଞ୍ଚାୟତର ଦୁର୍ଗମ ପାରିଡ଼ି ଗ୍ରାମରୁ ନମୁନା ସଂଗ୍ରହ କରାଯାଇଥିଲା। ଏହି ସର୍ଭେରେ ୬ରୁ ୯ ବର୍ଷର ଶିଶୁ, ୯ ରୁ ୧୭ ବର୍ଷର କିଶୋର ଏବଂ ବୟସ୍କଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ୧୦ କ୍ଲଷ୍ଟରରୁ ୪୦ ଲେଖାଏ ୪୦୦ ନମୁନା ଏବଂ ଅନ୍ୟ ୧୦୦ ନମୁନା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ସଂଗ୍ରହ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.