E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ

୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
3:10 pmJune 16, 2021

ମାଲକାନଗିରି,୧୬ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍‌ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଏଥିରେ ୬ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, କାୟାଉର ଥାନା ମେଟା ଜଙ୍ଗଲରେ ମାଓବାଦୀମାନେ ମେଳି ହୋଇ ଏକ ବଡ଼ଧରଣର ଅଘଟଣ ଘଟାଇବା ପାଇଁ ବୈଠକ କରୁଥିବା ଗୁଇନ୍ଦା ସୂତ୍ରରୁ ଆନ୍ଧ୍ରର ଗ୍ରେହାଉଣ୍ଡ ଖବର ପାଇଥିଲେ। ତୁରନ୍ତ ସେହି ଅଞ୍ଚଳକୁ ଯାଇ ତଲାସି ଅପରେଶନ ଜାରି ରଖିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ। ଗ୍ରେହାଉଣ୍ଡ ଯବାନମାନେ ପାଲଟା ଆକ୍ରମଣ କରି ଜୋରଦାର କରିଥିବାରୁ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଗ୍ରେହାଉଣ୍ଡ ଯବାନମାନେ ସେହି ଅଞ୍ଚଳରେ ତଲାସି କରିବା ସମୟରେ ୬ ଜଣ ମାଓବାଦୀଙ୍କ ମୃତଦେହ ଜବତ କରିବା ସହ ଅନେକ ମାଓବାଦୀ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଡାକ୍ତର ଅଶୋକ, ରଣଧର ସହ ଅନ୍ୟ ୪ ମାଓବାଦୀଙ୍କ ସମେତ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ସେହି ଅଞ୍ଚଳରେ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ପୋଲିସ ଘଟଣାସ୍ଥଳରୁ ମାଓବାଦୀ ସାମଗ୍ରୀ ସହ କିଛି ବିସ୍ଫୋରକ ସାମଗ୍ରୀ ଜବତ୍‌ କରିଥିବା ସୂଚନା ମିଳିଛି। ତେବେ ମାଓବାଦୀଙ୍କ ମୃତଦେହ ଏବଂ ଜବତ୍‌ ହୋଇଥିବା ସାମଗ୍ରୀ ପୋଲିସ ହେଡ୍‌କ୍ୱାର୍ଟରକୁ ଆଣିବା ପରେ ସବିଶେଷ ତଥ୍ୟ ଜଣାଇ ଦିଆଯିବ ବୋଲି ଆନ୍ଧ୍ର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ View All

ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୦ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୩୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍‌ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି...

ରଥଖଳାରେ ସେବାୟତ ହାତାହାତି

ପୁରୀ ଅଫିସ,୪ା୬: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ଚାଲିଛି ରଥ ନିର୍ମାଣ। ରଥ କାମରେ ବିଶ୍ୱକର୍ମା ମହାରଣା ନିୟୋଜିତ ହୋଇଛନ୍ତି। ତେବେ ଏହି ପବିତ୍ର କାମ...

ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର,...

ବୋମାମାଡ଼ କରି ବିଜେଡି ନେତା ଗିରଫ

ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...

ଜେଆଇପିଟିଏଲ୍‌ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

କଣିହାଁ,୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍‌ (ଜେଆଇଟିପିଏଲ୍‌) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...

ଗଞ୍ଜାମରେ ଥମୁନି କରୋନା ମୃତ୍ୟୁ ସଂଖ୍ୟା: ପୁଣି ନେଲା ୩ ମୁଣ୍ଡ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉ ନାହିଁ। ସୋମବାର ପୁଣି ଜିଲାରୁ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।...

ଗଛ ବିନା ଶ୍ରୀହୀନ ରାଜପଥ

ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍‌ଏଚ୍‌) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କୋଭାକ୍ସିନ୍‌ରେ ନବଜାତ ବାଛୁରୀ ସିରମ୍‌: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…
Next Post Next post:
ଟୁଇଟର ପରେ ଏବେ ଇନ୍‌ଷ୍ଟାଗ୍ରାମ ବିରୋଧରେ ଏଫ୍‌ଆଇଆର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts