ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି ଚୋରି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପହରା ବ୍ୟବସ୍ଥା କରାଯାଇଛି। ପାଣି ଚୋରି ରୋକିବା ଲାଗି ୬୦ ଯବାନଙ୍କୁ ନିୟୋଜିତ କରାଯିବ। କେନାଲ ଅଞ୍ଚଳରେ ୧୨ଟି ନୂଆ ଥାନା ସ୍ଥାପନ କରାଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏନେଇ ମଞ୍ଜୁରୀ ମଧ୍ୟ ମିଳି ସାରିଛି। ବିକାନେର ରେଞ୍ଜ୍ରେ ସ୍ଥାପନ ହେବାକୁଥିବା ଥାନାରେ ଜଣେ ଇନସ୍ପେକ୍ଟର, ୫ ଜଣ ସବ୍ ଇନସ୍ପେକ୍ଟର, ୬ ଏଏସ୍ଆଇ, ୮ ହେଡ କନଷ୍ଟେବଳ, ୪୦ କନଷ୍ଟେବଳ କାର୍ଯ୍ୟ କରିବେ। ଗତ ୪ ବର୍ଷ ମଧ୍ୟରେ ହନୁମାନଗଡ଼ ଜିଲାରେ ୭୪ଟି ପାଣି ଚୋରି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ୨୮ଟି ଭିରାନି ପୋଲିସ ଥାନା ଅଞ୍ଚଳରେ ଘଟିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.