ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍‌ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର ବନ୍ଦ ପଡ଼ିଛି। ରାଜ୍ୟରେ ଏବେ ବି ଟିକା ସମସ୍ୟା ଲାଗି ରହିଛି। ଓଡ଼ିଶା ସରକାର ବିଭିନ୍ନ ସମୟରେ କେନ୍ଦ୍ରକୁ ଟିକା ମାଗୁଛନ୍ତି। କିନ୍ତୁ ଉଚିତ୍‌ ସମୟରେ ତାହା ମିଳି ପାରୁ ନ ଥିବାରୁ ଟିକାକରଣରେ ବାଧା ସୃଷ୍ଟି ହେଉଛି। ମିଳିଥିବା ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଏପର୍ଯ୍ୟନ୍ତ ୮୩,୦୨,୧୪୪ ଡୋଜ୍‌ ଟିକା ଆସିଥିବାବେଳେ ହିତାଧିକାରୀଙ୍କୁ ୭୪,୨୦,୨୪୪
ଡୋଜ୍‌ ଟିକା ଦିଆଯାଇଛି। ତେବେ ସବୁଠାରୁ ଚିନ୍ତାଜ୍ଜନକ କଥା ହେଉଛି, ରାଜ୍ୟରେ ଅଦ୍ୟାବଧି ୫୮,୭୧,୬୭୦ ଜଣ ପ୍ରଥମ ଡୋଜ୍‌ ନେଇଥିବାବେଳେ ୧୫,୪୮,୫୭୪ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଅର୍ଥାତ୍‌ ଏବେ ରାଜ୍ୟରେ ଆଉ ୪୩,୨୩,୦୯୬ ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ଆଶ୍ଚର୍ଯ୍ୟର କଥା ରାଜ୍ୟରେ ଏବେ କେନ୍ଦ୍ର ସରକାରଙ୍କ ପାଖରୁ ମିଳିଥିବା ଟିକା ମଧ୍ୟରୁ ମାତ୍ର ୮,୮୧,୯୦୦ ଡୋଜ୍‌ ଟିକା ଉପଳବ୍ଧ ରହିଛି। ତେଣୁ କେଉଁଠି ଟିକାକରଣ ହେବ ତାକୁ ନେଇ ପ୍ରତିଦିନ ରାଜ୍ୟ ସରକାରଙ୍କୁ କସରତ କରିବାକୁ ପଡ଼ୁଛି। ଟିକାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ଯେଉଁଠି ଟିକାକରଣର ଗୁରୁତ୍ୱ ରହିଛି, ସେଠାରେ ଟିକାରକଣ କରୁଛନ୍ତି। ଆଉ ବାକି ସବୁ କେନ୍ଦ୍ରରେ ଟିକାକରଣ ବନ୍ଦ କରିଦେଉଛନ୍ତି। ରାଜ୍ୟରେ ୧୫୦୦ ଟିକାକରଣ କେନ୍ଦ୍ର କରାଯାଇଛି। କିନ୍ତୁ ଟିକା ଅଭାବ ଯୋଗୁ ଆଜି ପର୍ଯ୍ୟନ୍ତ କୌଣସି ଦିନ ବି ସବୁ କେନ୍ଦ୍ରରେ ଟିକାକରଣ ହୋଇପାରି ନାହିଁ। ସୋମବାର ଓଡ଼ିଶାରେ ୯୧୦ କେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.