ପାଟନା,୧୯।୬: ସୁନିଲା ଦେବୀ ନାମକ ଜଣେ ବୃଦ୍ଧାଙ୍କୁ ମାତ୍ର ୫ ମିନିଟ୍ର ବ୍ୟବଧାନରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଇଛି। ୬୩ ବର୍ଷୀୟା ବୃଦ୍ଧା ଅଓ୍ବଧପୁର ଗ୍ରାମର ବାସୀନ୍ଦା। ପାଟନାସ୍ଥିତ ବେଲଦାରିଚକ ମିଡ୍ଲ ସ୍କୁଲରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ତାଙ୍କୁ ଉଭୟ ଟିକା ଦିଆଯାଇଛି।
ବୃଦ୍ଧାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ସେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ତାଙ୍କୁ ଭୁଲ ବଶତଃ ଉଭୟ ଟିକା ଦିଆଯାଇଛି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଟିକାକରଣ କେନ୍ଦ୍ରରେ ମେଡିକାଲ ବିଶେଷଜ୍ଞ ତଦନ୍ତ ଆରମ୍ଭ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଜିଷ୍ଟ୍ରେଶନ କରାଯିବା ପରେ ୬୩ ବର୍ଷୀୟା ବୃଦ୍ଧାଙ୍କୁ ପ୍ରଥମେ କୋଭିଶିଲ୍ଡ ଦିଆଯାଇଥିଲା। ଟିକା ନେବା ପରେ ତାଙ୍କୁ ୫ ମିନିଟ୍ ଅପେକ୍ଷା କରିବାକୁ କହିଥିଲେ ନର୍ସ। କିନ୍ତୁ ବୃଦ୍ଧା ଜାଣି ନ ପାରି ଦ୍ୱିତୀୟ ଧାଡ଼ିରେ ଛିଡ଼ା ହୋଇଯାଇଥିଲେ, ଯେଉଁ ଧାଡ଼ିର ଲୋକଙ୍କୁ କୋଭାକ୍ସିନ ଦିଆଯାଉଥିଲା। ଦ୍ୱିତୀୟ ଟିକା ଦିଆଯିବା ପୂର୍ବରୁ ନର୍ସଙ୍କୁ ପ୍ରଥମ ଟିକା ସମ୍ପର୍କରେ ଜଣାଇଥିଲେ। ହେଲେ ନର୍ସ ଜଣଙ୍କ କିଛି ଶୁଣି ନ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.