ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ ଜିଦ୍ ଧରିବାରୁ ଘର ଲୋକେ ତାଙ୍କ ବିବାହ କରାଇଛନ୍ତି। କନ୍ୟା ସାଜିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ। ସବୁଠାରୁ ବଡ କଥା ହେଉଛି ବ୍ୟକ୍ତି ତିନି ପିଢି ଏହି ବିବାହରେ ଜଡିତ ଅଛନ୍ତି। ତାଙ୍କ ପୁଅ ବୋହୂ ଏବଂ ନାତି, ନାତୁଣୀ ସମସ୍ତେ ବିବାହରେ ଉପସ୍ଥିତ ଥିଲେ। ଏହି ଅନନ୍ୟ ମାମଲା ଜାମୋ ପୋଲିସ ଷ୍ଟେଶନ ଅଞ୍ଚଳର ଖୁଥାନା ଗ୍ରାମରେ ଦେଖିବାକୁ ମିଳିଥିଲା।
୬୫ ବର୍ଷୀୟ ମୋତିଲାଲ ହଠାତ୍ ବିବାହ କରିବାକୁ ଜିଦ୍ ଧରିବାରୁ ତାଙ୍କ ଘଣ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ବୃଦ୍ଧଙ୍କ ଏଭଳି ଜିଦ୍ ଦେଖି ତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇଥିଲେ। ମୋତିଲାଲଙ୍କ ବିବାହ ପାଇଁ ତାଙ୍କ ଘରଟି ଫୁଲରେ ସଜାଯାଇଥିଲା, ଆଲୋକ ଲଗାଯାଇଥିଲା। ମୋତିଲାଲ ନିଜର ୬୦ ବର୍ଷିୟା ସ୍ତ୍ରୀ ମୋହନାଙ୍କୁ ବିବାହ କରିଥିଲେ। ପ୍ରକୃତ କଥା ହେଉଛି ମୋତିଲାଲ ଏବଂ ମୋହନା ୪୦ ବର୍ଷ ହେବ ବିବାହ ନ କରି ସ୍ବାମୀ-ସ୍ତ୍ରୀ ଭାବେ ଏକାଠି ରହୁଥିଲେ। ଉଭୟଙ୍କ ସନ୍ତାନ ଥିଲେ। ସେମାନେ ମଧ୍ୟ ବିବାହ କରି ମାତାପିତା ହେଲେ। ତା’ପରେ ମୋତିଲାଲ ଏବଂ ମୋହନାଙ୍କୁ ସମାଜ ଏବଂ ହିନ୍ଦୁ ରୀତିନୀତି କଥା ଚିନ୍ତା ପଡିଲା। ଯାହା ପରେ ସେ ଅନୁଭବ କଲେ ଯେ ବିବାହ ବିନା ଆମର ପରବର୍ତ୍ତୀ ପିଢିର ଉନ୍ନତି ହୋଇପାରିବ ନାହିଁ। ଆମର ପିଣ୍ଡଦାନ କରାଯାଇପାରିବ ନାହିଁ। ଏହି କାରଣରୁ ବୃଦ୍ଧ ଦମ୍ପତି ୨୦ ଜୁନ ୨୦୨୧ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବୃଦ୍ଧ ଦମ୍ପତିଙ୍କ ବିବାହରେ, ସେମାନଙ୍କର ଚାରି ପୁଅ ବୋହୂ ଏବଂ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.