ଭାରତୀୟ କ୍ରିକେଟ୍ କଣ୍ଟ୍ରେଲ୍ ବୋର୍ଡ(ବିସିସିଆଇ)କୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ କୁହାଯାଏ। ବିସିସିଆଇ ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ବେତନ ଆକାରରେ ଦେଇଥାଏ। ପ୍ରତ୍ୟେକ ଖେଳାଳିଙ୍କୁ ବାର୍ଷିକ ଚୁକ୍ତି ହିସାବରେ ଟଙ୍କା ଦିଆଯାଇଥାଏ। ବୋର୍ଡ ଖେଳାଳିଙ୍କୁ ୪ଟି ଗ୍ରେଡ୍ରେ ବିଭକ୍ତ କରିଛି। ଗ୍ରେଡ୍ ଏ+, ଗ୍ରେଡ୍ ଏ, ଗ୍ରେଡ୍ ବି ଏବଂ ଗ୍ରେଡ୍ ସି। ଗ୍ରେଡ୍ ଏ+ ଖେଳାଳି ପ୍ରତିର୍ଷ ୭ କୋଟି ପାଉଥିବାବେଳେ ଗ୍ରେଡ ଏ ଖେଳାଳି ୫ କୋଟି, ଗ୍ରେଡ୍ ବି ଖେଳାଳି ୩ କୋଟି, ଗ୍ରେଡ୍ ସି ୧ କୋଟି ଟଙ୍କା ପାଇଥାନ୍ତି। ଏହି ରାଶି ଖେଳାଳିମାନଙ୍କୁ ପ୍ରତିବର୍ଷ ମିଳିବା ଥୟ। ସେମାନେ ମ୍ୟାଚ୍ ଖେଳନ୍ତୁ ଅବା ନ ଖେଳନ୍ତୁ। ଏହି ଟଙ୍କା ବ୍ୟତୀତ ଖେଳାଳିମାନଙ୍କୁ ମ୍ୟାଚ୍ ପିଛା ଫିସ୍ ମିଳିଥାଏ। କୁହାଯାଏ, ପ୍ରତି ଘଣ୍ଟାରେ ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ୧ ଲକ୍ଷ ଟଙ୍କା କମାନ୍ତି। ଖେଳାଳି ଗୋଟିଏ ଟେଷ୍ଟ ମ୍ୟାଚ୍ ପିଛା ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ୬ ଲକ୍ଷ ଏବଂ ଗୋଟିଏ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ନେଇଥାନ୍ତି। ଯଦି କୌଣସି ଖେଳାଳି ଶେଷ ଏକାଦଶରେ ସ୍ଥାନ ପାଆନ୍ତି ନାହିଁ ତେବେ ଏହି ରାଶିର ଅଧା ସେମାନଙ୍କୁ ମିଳିଥାଏ। ଖେଳାଳିମାନଙ୍କୁ ଏହା ବାଦ୍ ମଧ୍ୟ ଟଙ୍କା ମିଳିଥାଏ। ଏହାକୁ ବୋନସ୍ ଟଙ୍କା ମଧ୍ୟ କୁହାଯାଇଥାଏ। କୌଣସି ଐତିହାସିକ ଟେଷ୍ଟ ବିଜୟ ପରେ ଖେଳାଳିମାନଙ୍କୁ ଏହି ବୋନସ ଟଙ୍କା ଦିଆଯାଏ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ଆକାଶ ଚୋପ୍ରା ଏହା ସହ ଜଡିତ କିଛି ରୋଚକ ତଥ୍ୟ ଦେଇଛନ୍ତି। ଯଦି ଜଣେ ଖେଳାଳି ଦ୍ୱିଶତକ ସ୍କୋର କରନ୍ତି, ତେବେ ତାଙ୍କୁ ଅତିରିକ୍ତ ୭ଲକ୍ଷ ଟଙ୍କା ମିଳିବ। ଏକ ଶତକ ସ୍କୋର କରିବାବେଳେ ୫ ଲକ୍ଷ ଟଙ୍କା ମିଳିଥାଏ। ଯଦି ଜଣେ ବୋଲର ୫ ଉଇକେଟ ନିଅନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ବୋନସ ମିଳିବ। ଏହି ଟଙ୍କା ମ୍ୟାଚ ଫି ର ଅଂଶ ନୁହେଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.