Categories: ଖେଳ

୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ

ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ଆବଶ୍ୟକ ପ୍ରସ୍ତୁତିର ସୁଯୋଗ ପାଇ ନ ଥିଲେ ମଧ୍ୟ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିବାକୁ ବେଶ୍‌ ଉତ୍ସାହିତ ଅଛି। ଇଂଲଣ୍ଡର ରେକର୍ଡ ଭଲ ରହିଛି। ତେବେ ଭାରତ ପଜିଟିଭ ମାଇଣ୍ଡ ସେଟ୍‌ରେ ରହି କିଛି କରିଦେଖାଇବାକୁ ଚାହୁଁଛି।
ମିଥାଲି ରାଜଙ୍କ ନେତୃତ୍ୱରେ ଭାରତୀୟ ଦଳ ଭାରତ ଓ ଇଂଲଣ୍ଡରେ ଏକାଧିକ କ୍ୱାରାଣ୍ଟାଇନ୍‌ ଅବଧିରେ ରହିଛି। ଏହାପୂର୍ବରୁ ଶେଷଥର ପାଇଁ ଭାରତ ୨୦୧୪ ନଭେମ୍ବରରେ ଟେଷ୍ଟ ଖେଳିଥିଲା। ମହୀଶୂରରେ ଭାରତ ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଅଧିନାୟିକା ମିଥାଲି ରାଜ ଓ ଅନ୍ୟ ୬ ଖେଳାଳି ଏହି ବିଜୟ ଦଳରେ ସଦସ୍ୟ ରହିଥିଲେ ଓ ଏମାନେ ଏବେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ମିଥାଲି ଓ ଅନ୍ୟ ଅଭିଜ୍ଞ ଖେଳାଳି ଉପଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା ଓ ଝୁଲଣ ଗୋସ୍ବାମୀ ବହୁତ ଦିନ ହେବ ଟେଷ୍ଟ ଖେଳିନାହାନ୍ତି। ପୁଣି ଦଳରେ ସାମିଲ ଥିବା ଯୁବ ଖେଳାଳିମାନେ ଘରୋଇ କ୍ରିକେଟରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିନାହାନ୍ତି। ତେଣୁ ଭାରତୀୟ ଖେଳାଳିଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ୍‌ ରହିଛି। ମହିଳା ଖେଳାଳିମାନେ କେବଳ ନେଟ୍ସରେ ପ୍ରସ୍ତୁତି କରିବାର ସୁଯୋଗ ପାଇଛନ୍ତି। ଭାରତୀୟ ପୁରୁଷଙ୍କ ଭଳି ଇଣ୍ଟ୍ରା- ସ୍କ୍ବାଡ ଗେମ୍ସ ଖେଳିବାକୁ ମହିଳାମାନେ ପାଇନାହାନ୍ତି। ଭଲ ଟ୍ରେନିଂ କରିଥିଲେ ମଧ୍ୟ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସର ସୁଯୋଗ ପାଇନାହାନ୍ତି। ଖେଳାଳିମାନେ ଗୋଟିଏ କିମ୍ବା ୪ ଦିନିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନାହାନ୍ତି।
ଏହା ୪ ଦିନିଆ ମ୍ୟାଚ୍‌ ହୋଇଥିବାରୁ ଖେଳାଳିମାନଙ୍କୁ ଦୀର୍ଘ ସମୟ ଧରି ବୋଲିଂ ଓ ବ୍ୟାଟିଂ କରିବାର ଆବଶ୍ୟକତା ରହିଛି। ୧୭ ବର୍ଷୀୟା ବ୍ୟାଟିଂ ସେନସେସନ ଶେଫାଳି ବର୍ମା ସ୍ମୃତି ମାନ୍ଧନାଙ୍କ ସହ ଇନିଂସ ଓପନ୍‌ କରିବେ। ଅଭିଜ୍ଞ ମିଥାଲି, ହରମନପ୍ରୀତ ଓ ପୁନମ୍‌ ରାଉତ ସେମାନଙ୍କ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। ଡ୍ୟୁକ୍‌ ବଦଳରେ କୋକାବୁରା ବଲ୍‌ରେ ମ୍ୟାଚ୍‌ ଖେଳାଯିବ। ତେଣୁ ଭାରତୀୟ ଖେଳାଳି ସାମାନ୍ୟ ଆଶ୍ୱସ୍ତ ହେବେ। ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ଓ ଶିଖା ପାଣ୍ଡେ ଲମ୍ବା ସ୍ପେଲ ବୋଲିଂ କରିବାରେ ସଫଳ ହେବେ ବୋଲି ଆଶା କରାଯାଉଛି। ଇଂଲଣ୍ଡ ମାଟିରେ ଭାରତର ରେକର୍ଡ ବେଶ୍‌ ଭଲ ରହିଛି। ଭାରତ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି ଓ କୌଣସି ମୁକାବିଲାରେ ହାରିନାହିଁ।
ଇଂଲଣ୍ଡ ତାରକା ଅଲରାଉଣ୍ଡର ତଥା ନୂଆ ଉପଅଧିନାୟିକା ନାଟ ସ୍କିଭରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୪ ଅଗଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ଶେଷଥର ପାଇଁ ଟେଷ୍ଟ ଖେଳିଥିଲା। ଏଥିରେ ସାମିଲ ଥିବା ସ୍କିଭରଙ୍କ ସମେତ ୬ ଖେଳାଳି ଭାରତ ବିପକ୍ଷରେ ବୁଧବାର ପଡିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ଭାରତ ନିର୍ଭୀକ କ୍ରିକେଟ ଖେଳୁଛି ବୋଲି ସ୍କିଭର କହିଛନ୍ତି। ଭାରତର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ମଧ୍ୟ ହେଉଛି। ତେଣୁ ଦୀର୍ଘ ବର୍ଷ ପରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଧନା, ହରମନପ୍ରୀତ କୌର (ଉପଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରେଡ୍ରିଗ୍ବେଜ, ଶେଫାଳି ବର୍ମା, ସ୍ନେହ ରାଣା, ତାନିୟା ଭାଟିଆ (ଉଇକେଟକିପର), ଇନ୍ଦ୍ରାଣୀ ରୟ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର, ଅରୁନ୍ଧତି ରେଡ୍ଡୀ, ପୁନମ ଯାଦବ, ଏକତା ବିଷ୍ଟ ଓ ରାଧା ଯାଦବ।
ଇଂଲଣ୍ଡ ଦଳ: ହିଦର ନାଇଟ (ଅଧିନାୟିକା), ଏମିଲି ଆର୍ଲୋଟ, ଟାମି ବିୟୁମାଉଣ୍ଟ, କାଥେରାଇନ୍‌ ବ୍ରଣ୍ଟ, କେସ୍‌ କ୍ରସ୍‌, ଫ୍ରେୟା ଡାଭିଏସ, ସାଫିଆ ଡଙ୍କଲି, ସୋଫି ଏକ୍‌ଲେଷ୍ଟୋନ, ଜର୍ଜିଆ ଏଲ୍‌ଓ୍ବିସ୍‌, ଟାଶ ପାରାଣ୍ଟ, ସାରା ଗ୍ଲେନ, ଅମି ଜୋନ୍ସ, ନାଟ ସ୍କିଭର (ଉପଅଧିନାୟିକା), ଅନ୍ୟ ଶ୍ରୁବୋଶ୍‌ଲେ, ମାଡି ଭିଲିଏର୍ସ, ଫ୍ରାନ୍‌ ଓ୍ବିଲସନ ଓ ଲୌରେନ ଓ୍ବିନଫିଲ୍ଡ- ହିଲ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩.୩୦
ସ୍ଥାନ: କାଉଣ୍ଟି ଗ୍ରାଉଣ୍ଡ, ବ୍ରିଷ୍ଟଲ
ପ୍ରସାରଣ: ସୋନୀ ଟେନ୍‌ ନେଟ୍‌ଓ୍ବର୍କ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.