କଫି ୭ ହଜାର, କଦଳୀ ୩ ହଜାର

ପୋଙ୍ଗ୍‌ୟାଙ୍ଗ୍‌, ୨୦ା୬: ଉତ୍ତର କୋରିଆରେ ଦେଖାଦେଇଛି ଉତ୍କଟ ଖାଦ୍ୟ ସଙ୍କଟ । କରୋନାଜନିତ କଟକଣା ଯୋଗୁ ସୀମା ବନ୍ଦ କରିଥିବା ଏହି ଦେଶରେ ବାହାରୁ ଖାଦ୍ୟ ଆମଦାନୀ ହୋଇପାରୁନାହିଁ ।
ସେପଟେ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ପରମାଣୁ ଅସ୍ତ୍ର ପ୍ରସ୍ତୁତି ନୀତି ଯୋଗୁ ଦେଶ ଉପରେ ଅନ୍ତର୍ଜାତୀୟସ୍ତରରେ ପ୍ରତିବନ୍ଧକ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ପୂର୍ବରୁ ଉତ୍ତର କୋରିଆରେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ ହୋଇପାରୁ ନ ଥିବାବେଳେ ଏବେ ଫସଲ ଅମଳ ନ ହେବାପାଇଁ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସେଠାକାର ସରକାର ଦାୟୀ କରିଛନ୍ତି । ତୁରନ୍ତ ଏହି ଦେଶକୁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଣ ନ ହେଲେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଖାଦ୍ୟାଭାବ ସମସ୍ୟାରେ ଯୁଝି ହେଉଛନ୍ତି ଉତ୍ତର କୋରିଆ ବାସିନ୍ଦା। ଦେଶର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌-ଉନ୍‌ ଏହି ସୂଚନା ଦେଇ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିବା ସହ ଏଥିପାଇଁ ବାତ୍ୟା ଓ ବନ୍ୟାକୁ ଦାୟୀ କରିଛନ୍ତି। ଶାସକ ଓ୍ବାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେଇ କିମ୍‌ ଏହି ବିଷୟ ଉଠାଇ ଦଳୀୟ ନେତୃବୃନ୍ଦଙ୍କୁ ତୁରନ୍ତ ଖାଦ୍ୟ ସଙ୍କଟ ଦୂର କରିବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦାମ୍‌ ଆକାଶ ଛୁଆଁ ହୋଇଛି। ଗୋଟିଏ କେଜି କଦଳୀ ୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥିବାବେଳେ ଏକ ପ୍ୟାକେଟ କଫିର ଦାମ୍‌ ୭,୩୦୦ ଟଙ୍କା ଉପରେ ବିକ୍ରି ହେଉଛି। ଏଥିଯୋଗୁ ନିମ୍ନ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକେ ଖାଇବାକୁ ପାଉ ନ ଥିବା ଭଳି ଖବରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।
କୋରିଆର ଜନସଂଖ୍ୟା ପାଖାପାଖି ୩ କୋଟି। ଏକ ରିପୋର୍ଟ ଅନୁସାରେ ଏହି ଦେଶରେ ପ୍ରତିବର୍ଷ ପ୍ରାୟ ୫.୫ ମିଲିୟନ ଟନ୍‌ ଖାଦ୍ୟଶସ୍ୟ ଆବଶ୍ୟକ ଥିବାବେଳେ ଗତ କିଛି ବର୍ଷ ହେଲା ଶସ୍ୟ ଉତ୍ପାଦନ ହ୍ରାସ ପାଇଛି। ୨୦୨୦ରେ ଦେଶରେ ୨୦ ପ୍ରତିଶତ କମ୍‌ ଫସଲ ଉତ୍ପାଦନ ହୋଇଥିବାରୁ ୨୦୨୧ରେ ଖାଦ୍ୟ ସଙ୍କଟ ଘନେଇପାରେ ବୋଲି ଆଶଙ୍କା କରାଯାଇଥିଲା। ୧୯୯୦ ଦଶକରେ ଉତ୍ତର କୋରିଆରେ ସମାନ ସମସ୍ୟା ଉପୁଜିଥିଲା। ଏକ ଆକଳନ ଅନୁସାରେ ଭୋକରେ ସେତେବେଳେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ପରିସ୍ଥିତିରେ ସୁଧାର ନ ଆସିଲେ ଖାଦ୍ୟ ଅଭାବରୁ ଦେଶର ପ୍ରାୟ ୨୦ ପ୍ରତିଶତ ଲୋକ ମୃତ୍ୟୁମୁଖରେ ପଡ଼ିପାରନ୍ତି ବୋଲି ଆଶଙ୍କା ଉପୁଜିଛି।
ବର୍ଷ କରୋନା ଯୋଗୁ ଉତ୍ତର କୋରିଆ ଏହାର ସୀମା ବନ୍ଦ କରିଥିବାରୁ ବାହାର ଦେଶରୁ ପ୍ରାୟ ସମସ୍ତ ଆମଦାନୀ ବନ୍ଦ ରହିଛି। ଏହି ଦେଶ ଖାଦ୍ୟ ସାମଗ୍ରୀ ପାଇଁ ବିଶେଷ କରି ଚାଇନା ଉପରେ ନିର୍ଭର କରିଥାଏ। ଚାଇନିଜ୍‌ କଷ୍ଟମ୍‌ ଡାଟା ଅନୁସାରେ ଏହି ଆମଦାନୀ ୨.୫ ବିଲିୟନ ଡଲାରରୁ ଏବେ ୫ ଶହ ମିଲିୟନ ଡଲାରକୁ ହ୍ରାସ ପାଇଛି। ସେହିପରିି ପରମାଣୁ ଅସ୍ତ୍ର ନିର୍ମାଣକୁ ବିରୋଧ କରି ଅନ୍ତର୍ଜାତୀୟ ସମୁଦାୟ ଏହି ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବନ୍ୟା ଯୋଗୁ ମଧ୍ୟ ଦେଶରେ ଚାଷ ଓ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଉପରେ ସରକାର ଚାପ ପକାଉଥିଲେ ହେଁ ସାର ଅଭାବ ଆଉ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ସାର ପ୍ରସ୍ତୁତ ପାଇଁ ସେଠାକାର ଚାଷୀ ଦିନକୁ ୨ ଲିଟର ମୂତ୍ର ଦାନ କରିବାକୁ ସରକାରୀ ନିର୍ଦ୍ଦେଶନାମା ରହିଛି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.