ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ ପହଞ୍ଚତ୍ଛି। ‘ମିଶନ ଚୋକ୍ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ବୁଧବାର ଚୋକ୍ସିଙ୍କୁ କୋର୍ଟରେ ହାଜର କରାଯିବାବେଳେ ଉକ୍ତ ଟିମ୍ ଡୋମିନିକାର ସରକାରୀ ଓକିଲମାନଙ୍କୁ ସହାୟତା ଦେବେ। ଇତିମଧ୍ୟରେ କାରିବିଆନ୍ ଦ୍ୱୀପ ରାଷ୍ଟ୍ର ଚୋକ୍ସିଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଆସିବାରେ ଲାଗିଛି। ଚୋକ୍ସିଙ୍କୁ ଖସାଇ ଆଣିବା ଲାଗି ତାଙ୍କ ଭାଇ ଚେତନ ଚୋକ୍ସି ଡେମିନିକାର ବିରୋଧୀ ଦଳ ନେତାଙ୍କୁ ଲାଞ୍ଚ ଦେଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲା ସେଠାରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।
୨୦୧୮ରେ ପିଏନ୍ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ହୀରା ବ୍ୟବସାୟୀ ଚୋକ୍ସି ଆଣ୍ଟିଗୁଆ ଯାଇ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ପୋଲିସ ତାଙ୍କୁ ଠାବ କରି ହାଜତରେ ରଖିଛି। ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବୁଧବାର ଏକ ସ୍ଥାନୀୟ କୋର୍ଟରେ ହେବ। ଚୋକ୍ସିଙ୍କୁ ହାଜର କରାଯିବାବେଳେ ୮ ଜଣିଆ ଭାରତୀୟ ଟିମ୍ ଅଦାଲତରେ ଉପସ୍ଥିତ ରହିବ। ଡୋମିନିକାର ସରକାରୀ ଓକିଲଙ୍କୁ ଟିମ୍ ସଦସ୍ୟମାନେ ସହାୟତା ଦେବ। ଏଥିପାଇଁ ଉକ୍ତ ଟିମ୍ ଶୁକ୍ରବାରଠାରୁ ସେଠାରେ ପହଞ୍ଚତ୍ ପ୍ରସ୍ତୁତି ଚଳାଇଛି। କାରିବିଆନ୍ ମିଡିଆ ଆଉଟ୍ଲେଟ୍ ଆସୋସିଏଟ୍ସ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପଳାତକ ବ୍ୟବସାୟୀ ଚୋକ୍ସିଙ୍କ ବଡ଼ଭାଇ ଚେତନ ଚିନୁଭାଇ ଚୋକ୍ସି ଗତ ୨୯ ତାରିଖରେ ଡୋମିନିକା ବିରୋଧୀ ଦଳ ନେତା ଲେନୋକ୍ସ ଲିଣ୍ଟୋନଙ୍କୁ ଭେଟିଥିଲେ। ୩୦ରେ ଚେତନଙ୍କ ଘରେ ଉଭୟଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭାଇଙ୍କ ମୁକ୍ତି ପାଇଁ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଲେ ଆସନ୍ତା ନିର୍ବାଚନ ପାଇଁ ପାଣ୍ଠି ଯୋଗାଇବାକୁ ସେ ବିରୋଧୀ ଦଳ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.